ବୈଜୟନ୍ତଙ୍କ ଉଦ୍ୟମ ସଫଳ: ବାଂଲାଦେଶରୁ ଫେରିଲା ଓଡିଆ ଯୁବକଙ୍କ ମରଶରୀର

0

ଭୁବନେଶ୍ବର- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡା ବାଂଲାଦେଶରୁ ପିତାମ୍ବର ସାହୁଙ୍କ ମରଶରୀର ଭାରତ ଫେରାଇ ଆଣିବାପାଇଁ ବାଂଲାଦେଶରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ନିବେଦନ କରିଥିଲେ। ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ ତରଫରୁ ମରଶରୀର ଫେରାଇବା ପାଇଁ ଅବଶକୀୟ ପଦକ୍ଷେପ ନିଆଯାଇ ସଡକ ପଥ ଯୋଗେ ଭାରତ ପଠାଯାଇଥିଲା। ଗତ କାଲି ବିଳମ୍ବିତ ରାତିରେ ମରଶରୀର ପିତାମ୍ବରଙ୍କ ଗ୍ରାମରେ ପହଞ୍ଚିଛି।
ସୂଚନାଯୋଗ୍ୟ, କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ନାନ୍ଦୋଳ ଗ୍ରାମର ପିତାମ୍ବର ସାହୁ (୪୩) ବାଂଲାଦେଶର ଢାକା ଠାରେ ଆସ୍ବାଦ କମ୍ପୋଜିଟ୍‌ ଟେକ୍ସଟାଇଲ ମିଲ୍‌ ନାମକ ଏକ ଘରୋଇ କମ୍ପାନୀରେ ଲ୍ୟାବ ମ୍ୟାନେଜର ଭାବେ କାମ କରୁଥିଲେ। ଗତ ୧୧ ତାରିଖ (ଶନିବାର) ଦିନ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା । ପିତାମ୍ବରଙ୍କ ବନ୍ଧୁ ମୃତ୍ୟୁ ସଂର୍ପକରେ ପରିବାରଲୋକଙ୍କୁ ଜଣାଇଥିଲେ। ପିତାମ୍ବରଙ୍କ ଶେଷ ଦର୍ଶନ ଓ ଅନ୍ତିମ ସଂସ୍କାର ପାଇଁ ତାଙ୍କ ମା ସୁଲୋଚନା ସାହୁ ଓ ପତ୍ନୀ ଭାରତୀ ସାହୁ ଶ୍ରୀଯୁକ୍ତ ପଣ୍ଡାଙ୍କୁ ଆକୁଳ ନିବେଦନ କରିଥିଲେ। ଅନୁରୋଧକ୍ରମେ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଗତ ୧୩ ତାରିଖରେ ଏକ ପତ୍ର ଲେଖି ମରଶରୀରକୁ ଭାରତ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ନିବେଦନ କରିଥିଲେ। ଗତକାଲି ବିଳମ୍ବିତ ରାତିରେ ମରଶରୀର ଫେରିବା ପରେ ପରିବାରଲୋକ ଶ୍ରୀଯୁକ୍ତ ପଣ୍ଡାଙ୍କୁ କୃତଜ୍ଞତା ଜଣାଇଛନ୍ତି। ଶ୍ରୀଯୁକ୍ତ ପଣ୍ଡା ଦୂତାବାସର ତ୍ବରିତ ପଦକ୍ଷେପ ପାଇଁ ରାଷ୍ଟ୍ରଦୂତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave A Reply

Your email address will not be published.