ଜାତୀୟ ସବ୍ ଜୁନିୟର ଟେନିସ୍ ବଲ୍ କ୍ରିକେଟ୍ ଚାମ୍ଫିୟନସିପ : ଓଡ଼ିଶା ଟିମ୍ ର ଉତ୍ତରପ୍ରଦେଶ ଗସ୍ତ

0

ଭୁବନେଶ୍ବର : ଉତ୍ତର ପ୍ରଦେଶରେ ଲକ୍ଷ୍ନୌ ଠାରେ ଚଳିତ ମାସ ୧୬ ତାରିଖରୁ ହେବାକୁ ଯାଉଥିବା ୨୬ତମ ସବ ଜୁନିୟର ଟେନିସ୍ ବଲ୍ କ୍ରିକେଟ୍ ଚମ୍ପିୟନସିପ୍ ରେ ଯୋଗ ଦେବା ପାଇଁ ଓଡ଼ିଶାର ୧୫ଜଣିଆ ଦଳ ଆଜି ଦିନ ୧୨ଟା ସମୟରେ ନୀଳାଚଳ ଏକ୍ସପ୍ରେସରେ ଯାତ୍ରା କରିଛନ୍ତି ।
ଏହି ଚମ୍ପିୟନସିପ୍ ରେ ୨୮ଟି ରାଜ୍ୟ ଅଂଶ ଗ୍ରହଣ କରୁଛନ୍ତି । ୫ ଦିନର ପ୍ରଶିକ୍ଷଣ ଶିବିର ପରେ ଓଡ଼ିଶା ଦଳ ଘୋଷଣା କରାଯାଇଥିଲା । ଓଡ଼ିଶା ଟେନିସ୍ ବଲ୍ କ୍ରିକେଟ୍ ସଂଘର ଅଧ୍ୟକ୍ଷ ମନୋରଞ୍ଜନ ମହାପାତ୍ର, ସଭାପତି ସୁରଜ ମିଶ୍ର, ସମ୍ପାଦକ ଶିଥିଲ୍ କୁମାର ପଣ୍ତା, ଉପସମ୍ଫାଦକ ସୋମନାଥ ପରିଡ଼ା, ବିଜୁଜନତା ଦଳ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ଉପସଭାପତି ଯଥା ଜଣାଶୁଣା ସମାଜସେବୀ ମିହିର କୁମାର ରାଉତ, ବିଜୁଜନତା ଦଳ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସମ୍ପାଦକ ହିମାଂଶୁ ଶେଖର ଦାସ ଏବଂ ଓଡ଼ିଶା ଟେନିସ୍ ବଲ୍ କ୍ରିକେଟ୍ ମୁଖ୍ୟ କୋଚ୍ ଚ଼କ୍ରଧର ମାଝି ଓଡ଼ିଶା ଦଳର ଖେଳାଳୀମାନଙ୍କୁ ଶୁଭେଛା ଜଣାଇଥିଲେ । ଓଡ଼ିଶା ଦଳ ନିଶ୍ଚିତ ଭାବେ ଭଲ ଖେଳ ପ୍ରଦର୍ଶନ କରିବ ବୋଲି ସମସ୍ତେ ଆଶାବ୍ୟକ୍ତ କରିଛନ୍ତି ।
ଓଡିଶା ଦଳ – ଶୁଭଙ୍କର ପାଢ଼ୀ, ସୁଜନ ମହାପାତ୍ର, ଆଲୋକ ମହାରଣା, ନିହାର ରଞ୍ଜନ ପାତ୍ରୀ, ଶୁଭକାନ୍ତ ସ୍ୱାଇଁ, କରଣ କୁମାର ସିଂ , ଆଶିଷ ରଞ୍ଜନ ମଲ୍ଲିକ, ଏସ ପ୍ରିୟାଂଶୁ ନାଇଡ଼ୁ, ତୁଷାର ମାଈତି, ରୁଦ୍ର ପ୍ରସାଦ ନାୟକ, ଟି ଅମନ କୁମାର, ତୁଷାର କୁମାର ଦାସ, ବୋୟିରି ମନୀଷ, ଦୀପକ ପାଢ଼ୀ, ଟି ଦିଲେଶ୍ଵର ରାଓ ( କୋଚ, ବୋଲିଂ ), ରଞ୍ଜନ କୁମାର ନାୟକ ( କୋଚ, ଫିଲଡିଂ ) ଏବଂ ସମୀର କାନ୍ତ ମହାପାତ୍ର ( ମ୍ୟାନେଜର )
..

Leave A Reply

Your email address will not be published.