ବବିଙ୍କୁ ପିତାମ୍ବରଙ୍କ ଚାଲେଞ୍ଜ : ଦମ୍ ଅଛି ତ ନିରପେକ୍ଷ ତଦନ୍ତ କର

0

ମମିତା ହତ୍ୟାକାଣ୍ଡକୁ ନେଇ ପ୍ରଣବ ପ୍ରକାଶ ଦାସଙ୍କ ମନ୍ତ୍ୟବ୍ୟ ପ୍ରସଙ୍ଗ

ଭୁବନେଶ୍ୱର: ଗୋଟିଏ ପଟେ ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ଶାସକ ବିଜେଡି ତରଫରୁ ବିଜେପି ଓ ଗଣମାଧ୍ୟମକୁ ପ୍ରମାଣ ମଗାଯାଉଛି । ଅନ୍ୟ ପଟେ ମାହାଙ୍ଗା କ୍ୱାଡ୍ରପଲ୍ ମର୍ଡର ଘଟଣାରେ ଅଦାଲତି ରାୟ ଆସିବା ପରେ ମଧ୍ୟ ଆଇନ୍ ମନ୍ତ୍ରୀଙ୍କ ବିରୁଦ୍ଧରେ ତଦନ୍ତ ଅଗ୍ରସର ହେଉ ନାହିଁ ।
ମାହାଙ୍ଗା ଡବଲ କ୍ୱାଡ୍ରପଲ୍ ମର୍ଡର ଘଟଣାରେ କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟରୁ ଅଭିଯୁକ୍ତ ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମ ବାଦ୍ ଦିଆଗଲା । ମାନ୍ୟବର ଜେଏଫ୍ଏମସି କୋର୍ଟ ତଦନ୍ତ ପ୍ରକ୍ରିୟାକୁ ଭର୍ତ୍ସନା କରି ସାନି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ । ଏଯାବତ୍ ମାନ୍ୟବର କୋର୍ଟରେ କୌଣସି ରିପୋର୍ଟ ପ୍ରଦାନ କରା ନଯିବାରୁ ଗତ କାଲି ପୁଣି ଭର୍ତ୍ସନା କରିବା ସହ ତଦନ୍ତ ରିପୋର୍ଟ ଦାଖଲ କରିବା ପାଇଁ କହିଛନ୍ତି ।
ଅନ୍ୟ ପଟେ ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ତଥା ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତିକୁ ନେଇ ଶାସକ ବିଜେଡି ବର୍ତମାନ ବିଜେପିକୁ ପ୍ରମାଣ ମାଗୁଛି ।
ଗତ ଦୁଇ ଦିନ ତଳେ ବିଜେଡି ସଂଗଠନ ମନ୍ତ୍ରୀ ତଥା ବିଧାୟକ ‘ଦମ୍ ଅଛି ତ ପ୍ରମାଣ ଦିଅ’ ବୋଲି ଅହଙ୍କାରୀ ବକ୍ତବ୍ୟ ଦେଇ ଆଇନ୍ ସମ୍ପର୍କରେ ସେ ସମ୍ପୂର୍ଣ ଅଜ୍ଞ ବୋଲି ସ୍ପଷ୍ଟ ପ୍ରମାଣିତ ହୋଇଥିବାର ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।
ପ୍ରକୃତରେ ଯଦି ପ୍ରଣବ ବାବୁଙ୍କ ଦମ୍ ଅଛି, ତାହେଲେ ସେ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇ ଅଭିଯୁକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏବଂ ପ୍ରତାପ ଜେନାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାନ୍ତୁ ଏବଂ ଘଟଣାର ନିରପେକ୍ଷ ତଦନ୍ତ ସିବିଆଇ ଦ୍ବାରା କରାନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

Leave A Reply

Your email address will not be published.