ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗରରେ ଭାରତୀୟ ଜନତା ପାର୍ଟିର ଏକ ବିରାଟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ କାଶୀନଗର ବ୍ଲକର ଖଣ୍ଡାବା ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ପୂର୍ବତନ ବ୍ଲକ୍ ବିଜେଡି ସଭାପତି ରକମ୍ ସତୀଶଙ୍କ ନେତୃତ୍ଵରେ ଏହି ବ୍ଳକର ଖଣ୍ଡବା, ଶିଆଳି, ବୁଦୁରା ପଞ୍ଚାୟତର ପ୍ରାୟ ୫୦୦ ରୁ ଅଧିକ ବିଜେଡି କର୍ମୀ , ପୂର୍ବତନ ସରପଞ୍ଚ , ୱାର୍ଡ ମେମ୍ବର ଓ ଅନେକ ନେତା ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ସେମାନଙ୍କୁ ପାରଳାଖେମୁଣ୍ଡିର ବିଧାୟକ ତଥା ଜିଲ୍ଲା ବିଜେପି ସଭାପତି କେ. ନାରାୟଣ ରାଓ ଉତ୍ତରୀୟ ଦେଇ ଦଳକୁ ସ୍ଵାଗତ କରିଥିଲେ।
ସେମାନଙ୍କର ଯୋଗଦାନ ନିଶ୍ଚିତ ଭାବରେ ଆଗମୀ ଦିନରେ ଗଜପତି ଜିଲ୍ଲା ତଥା କାଶୀନଗର ବ୍ଲକରେ ବିଜେପିର ଶକ୍ତି ଦ୍ୱିଗୁଣିତ ହେବା ସହ କାଶୀନଗର ବ୍ଲକରେ ପୁଣି ଥରେ ବିଜେପି ଆଗମୀ ପଞ୍ଚାୟତ ନିର୍ବାଚନରେ ବିଜୟ ହାସଲ କରିବ ବୋଲି କହିଛନ୍ତି ପାରଳାଖେମୁଣ୍ଡି ବିଧାୟକ ତଥା ବିଜେପି ଜିଲ୍ଲା ସଭାପତି କେ. ନାରାୟଣ ରାଓ।
ସେହିପରି ଦଳରେ ଯୋଗ ଦେଇଥିବା ପୂର୍ବତନ ସରପଞ୍ଚ ତଥା ପୂର୍ବତନ ବ୍ଲକ୍ ବିଜେଡି ସଭାପତି ରକମ ସତୀଶ କହିଛନ୍ତି ସେ ଓ ତାଙ୍କ ପରିବାର ବିଜୁ ପ୍ରେମୀ ଥିଲେ କିନ୍ତୁ ଆଜି ବିଜୁ ଜନତା ଦଳରେ ଆଉ ବିଜୁ ଆଦର୍ଶ କି ନୀତି ନାହିଁ ତେଣୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପାରଳାଖେମୁଣ୍ଡି ବିଧାୟକଙ୍କ ପ୍ରତି ଆକୃଷ୍ଟ ହୋଇ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.