ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଦେବଗଡ଼ ଜିଲ୍ଲାର ରିଆମାଳ ବ୍ଲକ ର ତାରଙ୍ଗ ଗ୍ରାମ ଠାରେ ଏକ କେଜି ସାପ ବିଷ ବିକ୍ରି ପାଇଁ ମୂଲଚାଲ ଚାଲିଥିବା ବେଳେ ରିଆମାଳ ପୋଲିସ ଖବର ପାଇ ଥିଲା। ଥାନା ଅଧିକାରୀ ଶ୍ରୀ ଗୋପବନ୍ଧୁ ବେହେରାଙ୍କ ନିର୍ଦ୍ଦେଶକ୍ରମେ ଏସ ଆଇ ମାଗୁଣୀ ଗଡ଼ନାୟକ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଗ୍ରାହକ ସାଜି ୨ ଜଣ ଙ୍କୁ ଗିରଫ କରିଛନ୍ତି । ଚଢ଼ାଉ ବେଳେ ୧ କେଜି ସାପ ବିଷ ଜବତ କରିବା ସହ ସମ୍ବଲପୁର ଜିଲ୍ଲାର ସାକ୍ଷୀ ପଡ଼ା ର ରଞ୍ଜନ କୁମାର ପାଢ଼ୀ ଓ ସିନ୍ଦୂରପଙ୍କ ଗାଁ ର କୈଳାସ ଚନ୍ଦ୍ର ସାହୁ ଙ୍କୁ ଗିରଫ କରିଥିଲେ। ଜବତ ସାପ ବିଷ ର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କା ହେବ। ସେମାନଙ୍କ ଠାରୁ ଜବତ ତରଳ ପଦାର୍ଥ ପରୀକ୍ଷାଗାରରେ ପରୀକ୍ଷା ପରେ ଅସଲି ନା ନକଲି ଜଣା ପଡିବ। ସେ ଦୁଇ ଜଣକୁ ଅଟକ ରଖି ଦେଓଗଡ଼ ପୋଲିସ ପଚରଉଚରା ଚଳାଇଛି ଓ ଏଥିରେ ଆଉ କିଏ କିଏ ଅଛନ୍ତି ଖୋଳତାଡ ଜାରି ରଖିଛି।
Sign in
Sign in
Recover your password.
A password will be e-mailed to you.