ମାଓବାଦୀ ନାରେ ଧମକ ଦେଇ ଟଙ୍କା ମାଗୁଥିବା ଅଭିଯୋଗ : ୨ ଅଭିଯୁକ୍ତ ଗିରଫ

0

ପାଟଣାଗଡ଼, ( ଯତୀନ୍ଦ୍ର ନନ୍ଦ ) ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ହେଉଛି  ଏକ ଘଞ୍ଚ ଜଙ୍ଗଲ ଘେରା ଅଞ୍ଚଳ ସହ ମାଓ ପ୍ରବଣ ଅଞ୍ଚଳ ଭାବେବି ପରିଚିତ। ତେଣୁକରି ଏହି ଅଞ୍ଚଳର ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ଅନେକ ପୋଲିସ ଫୋର୍ସ ମୁତୟନ କରାଯାଇଛି। କାହିଁକି ନା ବେଲେ ବେଲେ ଏଠାରେ ମାଓ ନାମରେ କିଛି ଅସାଧୁ ବ୍ୟକ୍ତି ବିଶେଷ ଧନୀକ ଶ୍ରେଣୀର ଲୋକ ଏବଂ ଠିକାଦାର ମାନଙ୍କ ଠୁ ଟଙ୍କା ଆଦାୟ କରୁଥିବାର ଜାଣିବାକୁ ମିଳେ। ତେବେ ଯେ ଗତ ୧୦/୧୦/୨୧ ତାରିଖ ଦିନ ଏକ ଅଜଣା ନମ୍ବରରୁ ବାଞ୍ଜିପାଲି ଗାଁ ର ଇଲିୟାସ ନାମକ ଜଣେ ଠିକାଦାରଙ୍କୁ ଫୋନ କରି ପାଞ୍ଚ ଲକ୍ଷ ଟଙ୍କା ମାଗିଥିଲେ ତାହାପୁଣି ହରିଶଙ୍କର ମାଓ କୋଡ଼ ନାମରେ | ତୁରନ୍ତ ଠିକାଦାର ଇଲିୟଷ ଖପ୍ରାଖୋଲ ଥାନାରେ ଏନେଇ ଏକ ଏତଲା ଦାଖଲ କରିଥିଲେ | ଏତଲାଟିକୁ ଆଧାର କରି ଖପ୍ରାଖୋଲ ଥାନା ମୁଖିଆ କଲ୍ ଟ୍ରାକ୍କିଙ୍ଗ ପାଇଁ ପଠାଇ ଥିଲେ ଉକ୍ତ ଫୁନ ନମ୍ବର | ଟ୍ରାକିଙ୍ଗରୁ ପରେ ଜାଣିବାକୁ ମିଳିଥିଲା ଯେ ଅଜଣା ଫୋନ ଧାରୀ ଜଣକ ମାଓ ନୁହନ୍ତି ଓଲଟା ବାଞ୍ଜିପାଲି ଗ୍ରାମର ୨୪ ବର୍ଷିଆ ବିକାଶ ସାହୁ ଓ ଧଣ୍ଡାମୁଣ୍ଡା ଗ୍ରାମର ସୁମନ ଶେଖର ସାହୁ ବୋଲି ! ତେବେ ଖପ୍ରାଖୋଲ ପୋଲିସ କେଶ୍ ନମ୍ବର ୧୬୨/୨୧ ରେ ମାମଲା ରୁଜ୍ଜୁ କରିବା ସହ ଧାରା  ୪୧୯/ ୩୮୬/ ୫୦୬/ ୩୪ରେ ଆସାମୀ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ଇତି ମଧ୍ୟରେ ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି |

Leave A Reply

Your email address will not be published.