ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦଙ୍କ ରିପୋର୍ଟ ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ କନ୍ଧରାଭଟ୍ଟା ଜଳମହାଦେବ ମନ୍ଦିର ଠାରେ ଗନ୍ଧମାର୍ଦ୍ଧନ ପାରମ୍ପରିକ ବୈଦ ମହାସଂଘ ତରଫରୁ ନୂଆଖାଇ ଭେଟ ଘାଟ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଖପ୍ରାଖୋଲ ବ୍ଲକ ଜିଲ୍ଲା ପରିଷଦ ଜୋନ ୩ ଶ୍ରୀଯୁକ୍ତ ବିପ୍ର ବିଶି ଯୋଗଦେଇ କିପରି ଗନ୍ଧମାର୍ଦ୍ଧନ ବୈଦ ମହାସଂଘର ଉନ୍ନତି କରଣ କରାଯିବ ସଙ୍ଗେ ସଙ୍ଘକୁ କିଭଳି ରେଜିଷ୍ଟେସନ କରାଯିବ ତାହା ଆଲୋଚନା ହୋଇଥିଲା | ଏହି ସଭାକୁ ସଙ୍ଘର ସଭାପତି ଶ୍ରୀଯୁକ୍ତ କର୍ଣ୍ଣ ମାଝୀ, ଉପସଭାପତି ରାମେଶ୍ୱର ପଣ୍ଡା,ସମ୍ପାଦକ ଶ୍ରୀଯୁକ୍ତ ପବିତ୍ର ଭୋଇ,କୋଷାଧକ୍ଷ ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ଭୋଇ ଉପସ୍ଥାପନା କରିଥିବା ବେଳେ ସଭାକୁ ପରିଚାଳନା କରିଥିଲେ ସର୍ଗିପାଲିର ଲୋକନାଥ ପୁଟେଲ ଏବଂ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ଥିଲେ | ଏହି କାର୍ଯ୍ୟକ୍ରମରେ ଖପ୍ରାଖୋଲ ବ୍ଲକର ଅନେକ ଗାଁରୁ ବହୁ ସଂଖ୍ୟକ ବୈଦ ଯୋଗଦାନ ଦେଇଥିଲେ ! ସେ ମାନେ ହେଲେ ନିମାଇ ନାଗ,ବ୍ରହ୍ମl ମହାନନ୍ଦ, ଭୁଲା ଭୁଏ, ଗୌର ବରିହା, ଅର୍ଜୁନ ବିନ୍ଧାଣି,ମନ ହରପାଳ, ସନ୍ତୋଷ କୁମ୍ଭାର,ବଲାଙ୍ଗୀର ଆର.ସି.ଡ଼ି.ସି. ରୁ ଆସିଥିବା ଦେବରାଜ ଭୋଇ, ଓ ସମାଜସେବି ଶ୍ରୀ ଟେକେନ୍ଦ୍ର ଜାଲ ଆଗକୁ ଏହି ଗନ୍ଧମାର୍ଦ୍ଧନ ମହାସଙ୍ଘର କେମିତି ଉନ୍ନତି ମୂଳକ କାର୍ଯ୍ୟ ହେବ ସେହି ବିଷୟରେ ଆଲୋଚନା କରିଥିଲେ ଶେଷରେ ଶ୍ରୀ ପବିତ୍ର ଭୋଇ ସଭା ସାଙ୍ଗ କରିଥିଲେ |
Sign in
Sign in
Recover your password.
A password will be e-mailed to you.
Next Post