ନୂଆପଡ଼ାରୁ ଯଶୋବନ୍ତ କୁମାର : ଖାଦ୍ୟ ସୁରକ୍ଷା କୁ ଆଇନ ପ୍ରଣୟନ କରି ଖାଦ୍ୟ ସାମଗ୍ରୀ ବଣ୍ଟନ ହେଉଅଛି। ଖାଦ୍ୟ ସାମଗ୍ରୀ ରେ ଓଜନ କାମ ରହିଥିବା ଅଭିଯୋଗ । ଏହିବଭିଯୋଗ କୁ ଭିତ୍ତି କରି ତାର ସତ୍ୟା ସତ୍ୟ ତଦନ୍ତ ପାଇଁ ବସ୍ତା ଓଜନ କରାଯାଇଅଛି। ସିନାପାଲି ବ୍ଲକ ରାଣୀମୁଣ୍ଡା ଗ୍ରାମ ପଞ୍ଚାୟତ ଭର ରାମେଶ୍ଵର ତାଣ୍ଡି ଙ୍କୁ ୨ ବସ୍ତା ଚାଉଳ ଯୋଗାଣ ହୋଇଅଛି। ଗୋଟିଏ ବସ୍ତାରେ ୪୪.୫୨୦ କିଲୋଗ୍ରାମ ଓଜନ ଆସିଅଛି। ଏହି ବସ୍ତାରେ ୫.୪୮୦ କିଲୋଗ୍ରାମ ଚାଉଳ କମ ଥିବା ଜଣାପଡିଅଛି। ସେହିପରି ଅନ୍ୟ ଏକ ବସ୍ତାରେ ୪୭.୯୯୦ ଓଜନ ଆସିଅଛି। ଏହି ବସ୍ତାରେ ୨.୧୦ କିଲୋଗ୍ରାମ ଚାଉଳ କମ ରହିଅଛି। ଏଭଳି ଅଭିଯୋଗ କରିଛନ୍ତି ରାମେଶ୍ଵର ତାଣ୍ଡି। ଜିଲ୍ଲାକୁ ପ୍ରତ୍ୟେକ ମାସ ୨୪,୯୨୦ କ୍ୱିଣ୍ଟାଲ ଚାଉଳ ଯୋଗାଣ ହେଉଅଛି। ଅଗ୍ରାଧିକାର ଖାଉଟି କାର୍ଡ଼ ୧ଲକ୍ଷ ୧୯ହଜାର ୫୦୯ ରହିଥିବା ବେଳେ ୧୫୧୫୦ ଅନ୍ତଦେୟ ପରିବାର ଖାଉଟି କାର୍ଡ଼ ରହିଅଛି । ୪ଲକ୍ଷ ୨୭ହଜାର ହିତାଧିକାରୀ ଥିବା ବେଳେ ଖାଉଟି ସାମଗ୍ରୀରେ ଓଜନ କାମ ରଖି ଯୋଗାଣ ହେବା ଏହା ଏକ ମଧୁଚନ୍ଦ୍ରିକା ଅଟେ। ଆବଶ୍ୟକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣ ରେ ଦାବି ହେଉଛି।
Sign in
Sign in
Recover your password.
A password will be e-mailed to you.