ଯୌତୁକ ଜନିତ ବଧୂ ହତ୍ୟା ମାମଲାରେ ଅଭିଯୁକ୍ତ ସ୍ୱାମୀଙ୍କୁ ଜେଲ ଓ ଜୋରିମାନା

0

 

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସହକାରୀ ସେସନ ଜଜ୍ ଡ଼କ୍ଟର ଭି. ସୁଜାତା ଆଜି ଏକ ଯୌତୁକ ଜନିତ ବଧୂହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ଭୋଳାଗଡ଼ିଆ ଅଞ୍ଚଳର ରାମଚନ୍ଦ୍ର ମହାନ୍ତଙ୍କ ପୁଅ ରତ୍ନାକର ମହାନ୍ତ(୨୬)ଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସଂଗେସଂଗେ ଭାରତୀୟ ପିଙ୍ଗଳ କୋଡର଼୍ ଧାରା ୪୯୮(ଏ) ଅନୁସାରେ ୩ ବର୍ଷ କାରାଦଣ୍ଡ ସହିତ ୫ ଶହ ଟଙ୍କା ଜୋରିମାନା ଓ ଅନାଦେୟ ହେଲେ ଅଧିକ ଏକ ମାସ କାରାଦଣ୍ଡର ରାୟ ଶୁଣାଇଛନ୍ତି । ସେହିପରି ଆଇପିସି ଧାରା ୩୦୬ରେ ୪ ବର୍ଷ କାରାଦଣ୍ଡ, ୫ ଶହ ଟଙ୍କା ଜୋରିମାନା ଓ ଅନାଦେୟରେ ଅଧିକ ଏକ ମାସ କାରାଦଣ୍ଡ ଏବଂ ଏହି ସମସ୍ତ ଦଣ୍ଡାଦେଶ ଏକ କାଳୀନ ଲାଗୁ କରାଯିବ ବୋଲି ରାୟରେ ଦର୍ଶାଯାଇଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଗତ ୨୦୧୫ ଏପ୍ରିଲ୨୧ ରେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ଗୋରୁଡ଼ବସା ଗ୍ରାମର ରାମଚନ୍ଦ୍ର ମହାନ୍ତଙ୍କ ଝିଅ ସହିତ ମୋରଡ଼ା ଥାନା ଅନ୍ତର୍ଗତ ଭୋଳାଗଡ଼ିଆ ଅଞ୍ଚଳର ରାମଚନ୍ଦ୍ର ମହାନ୍ତଙ୍କ ପୁଅ ରତ୍ନାକର ମହାନ୍ତ(୨୬)ଙ୍କର ବୈଦିକ ରୀତିନୀତି ଅନୁସାରେ ବିବାହ ହୋଇଥିଲା । ବେଦୀ ଓପରେ ବରପକ୍ଷ ଦାବି ଅନୁସାରେ ସମସ୍ତ ଜିନିଷ ପତ୍ର ଦିଆ ଯାଇଥିବା ବେଳେ ଏକ ବାଇକ ଦିଆ ଯାଇ ନ ଥିଲା । ବିବାହର ଠିକ୍ ଏକ ସପ୍ତାହ ପରେ ବାଇକ ପାଇଁ ଝିଅ ଉପରେ ଆରମ୍ଭ ହୋଇଥିଲା ଶାରିରୀକ ଓ ମାନସିକ ନିର୍ଯ୍ୟାତନା । ୨୦୧୫ ମେ ୨୫ ତାରିଖରେ ବାଇକ ପାଇଁ ସ୍ୱାମୀ, ଶ୍ୱଶୁର ଓ ଶାଶୁ ସମସ୍ତେ ମିଶି ପିଟାମରା କରିଥିଲେ ଏବଂ ଏଥିରେ ଗୁରୁତ୍ତର ଆହତ ହେବାରୁ ପ୍ରଥମେ ବାରମାଇଲ କିଷାନତାଣ୍ଡି ଡ଼ାକ୍ତରଖାନାକୁ ନେଇଥିଲେ । ସେଠାରେ ଡ଼ାକ୍ତର ମୃତ ସନେ୍ଦହ କରି ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ । ବାରିପଦାରେ ଡ଼ାକ୍ତର ରିସିଭ ଡେ଼ଥ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ଝିଅର ମା ମଞ୍ଜରୀ ମହାନ୍ତ ମୋରଡ଼ା ଥାନାରେ ଲିଖିତ ଅଭିଯୋଗ ଆଣିବାପରେ ଥାନାରେ କେଶ ନଂ ୩୪/୦୩.୦୬.୨୦୧୫ରେ ମାମଲା ରୁଜୁ କରାଯାଇଥିଲା । ଆଜି ଉକ୍ତ ମାମଲାରେ ରହିଥିବା ୧୪ ଜଣ ସାକ୍ଷୀମାନଙ୍କ ବୟାନ ଓ ସମସ୍ତ ପ୍ରମାଣପତ୍ରକୁ ଭିତ୍ତିକରି ଅଦାଲତ ପକ୍ଷରୁ ଚୁଡ଼ାନ୍ତ ରାୟ ପ୍ରକାଶ ପାଇଥିଲା । ମୋକର୍ଦ୍ଧମାକୁ ସରକାରଙ୍କ ପକ୍ଷରୁ ଏପିପି ସନ୍ତୋଷ କୁମାର ପୃଷ୍ଟି ପରିଚାଳନା କରିଥିଲେ ।

 

 

 

 

Leave A Reply

Your email address will not be published.