ପୁଲିସ ଏସଆଇଙ୍କୁ ଆକ୍ରମଣ ମାମଲାରେ ଅଭିଯୁକ୍ତ ଯୁବକକୁ  ଜୋରିମାନା

0

 

ବାରିପଦା(ଦିଲ୍ଲୀପ ମହାନ୍ତି )–  ବାରିପଦା ସହକାରୀ ସେସନ ଜଜ୍ ଡ଼କ୍ଟର ଭି. ସୁଜାତା ଆଜି ପୁଲିସକୁ ଆକ୍ରମଣ ମାମଲାର ବିଚାର କରି ଅଭିଯୁକ୍ତ ଯୁବକ ବାରିପଦା ପୌରପରିଷଦର ଲାଲନଜାର ଅଞ୍ଚଳର ବୈଦ୍ୟନାଥ ଖମାରୀଙ୍କ ପୁଅ ବାବୁ ଖମାରୀ(୨୩)ଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସଂଗେସଂଗେ ୫ ଶହ ଟଙ୍କା ଅର୍ଥଦଣ୍ଡର ରାୟ ଶୁଣାଇଛନ୍ତି । ଏଥି ସହିତ ଏହା ଅନାଦେୟ ହେଲେ ଏକ ମାସ କାରାଦଣ୍ଡ ଭୋଗିବାକୁ ହେବ ବୋଲି ରାୟରେ ଉଲ୍ଲେଖ କରିଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ୨୦୧୪ ଅକ୍ଟୋବର ୪ ରାତି ପ୍ରାୟ ୮ଟା ସମୟରେ ବାରିପଦା ବଙ୍ଗାଳୀପାଡ଼ା ଦୁର୍ଗା ମେଢ଼ ବିସର୍ଜନ ନିମନ୍ତେ ଶୋଭାଯାତ୍ରାରେ ଯାଉଥିଲା । ଶାନ୍ତିଶୃଙ୍ଖଳା ରକ୍ଷା କରିବା ନିମନ୍ତେ ବାରିପଦା ଟାଉନ ଥାନାର ଏସଆଇ ଅମ୍ବିକା ପ୍ରସାଦ ଦାସଙ୍କ ସହିତ ଅନ୍ୟ ପୁଲିସ ଷ୍ଟାଫମାନେ ରହିଥିଲେ । ଶୋଭାଯାତ୍ରା ଏମକେସି ହାଇ ସ୍କୁଲ ନିକଟରେ ପହଁଞ୍ଚିବା ସମୟରେ ଅଭିଯୁକ୍ତ ବାବୁ ଖମାରୀ ସେଠାରେ ପହଁଞ୍ଚି ପ୍ରସେସନକୁ ବନ୍ଦ କରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ମହିଳା ଏସଆଇ ଅମ୍ବିକା ପ୍ରସାଦ ଦାସ ପ୍ରତିବାଦ କରିବାରୁ ବାବୁ ଖମାରୀ ଏକ ଲୁହା ହେକସୋ ବାହାର କରି ମାରିବାକୁ ଉଦ୍ୟମ କରିଥିଲା ଏବଂ ଏହି ସମୟରେ ଅମ୍ବିକା ଦାସ ଚିକ୍ରାର କରିବାରୁ ଅନ୍ୟ ପୁଲିସ କର୍ମଚାରୀମାନେ ପହଁଞ୍ଚି ବାଧା ଦେବାରୁ ସେମାନଙ୍କ ଉପରେ ମଧ୍ୟ ବାବୁ ଖମାରୀ ଆକ୍ରମଣ କରିଥିଲେ ବୋଲି ବାରିପଦା ଟାଉନ ଥାନାରେ କେଶ ନଂ ୩୦୫/୨୦୧୪ ଓ ଆଇପିସି ଧାରା ୩୪୧, ୨୯୪, ୩୦୭, ୫୦୯, ୩୫୩, ୫୦୬ରେ ମାମଲା ରୁଜୁ ହୋଇଥିଲା । ଉକ୍ତ ମାମଲାରେ ୧୨ ଜଣ ସାକ୍ଷୀମାନଙ୍କର ବୟାନ ଓ ସମସ୍ତ ପ୍ରମାଣପତ୍ରକୁ ଭିତ୍ତି ଆଦାଲତ ପକ୍ଷରୁ ବାବୁ ଖମାରୀଙ୍କ ବିରୋଧରେ ଲାଗୁ ହୋଇଥିବା ଆଇପିସି ଧାରା ୩୫୩ରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ମୋକର୍ଦ୍ଧମାକୁ ସରକାରଙ୍କ ପକ୍ଷରୁ ଏପିପି ସନ୍ତୋଷ କୁମାର ପୃଷ୍ଟି ପରିଚାଳନା କରିଥିଲେ ।

 

Leave A Reply

Your email address will not be published.