ବ୍ରାହ୍ମଣୀ ନଦୀର ଜେନାପୁର ପୋଲ ଠାରେ ଗାଡି ଚଳାଚଳ ଜୁଲାଇ ୧୬ ରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ।

0

ଯାଜପୁର/ଜୟଶଙ୍କର ଦାଶ :  ଯାଜପୁର ଜିଲ୍ଲା  ଜେନାପୁର ଠାରେ ଥିବା ବ୍ରାହ୍ମଣୀ ପୋଲ ମରାମତି ନେଇ ସମସ୍ତ ଗାଡି ଚଳାଚଳ ବ୍ୟାହତ ରଥିଥିବା ବେଳେ ପୁନଶ୍ଚ ମରାମତି କାର୍ଯ୍ୟ ସରିନଥିବାରୁ ଏହି ବନ୍ଦକୁ ଚଳିତ ମାସ ୧୬  ରୁ  ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଚ୍ଥି ବୋଲି ଭାରପ୍ରାପ୍ତ ଜିଲ୍ଲାପାଳ ବ୍ରଜଗୋପାଳ ଆଚାର୍ଯ୍ୟ  ସୂଚନା ଦେଇଚ୍ଥନ୍ତି ।  ଜିଲ୍ଲାପାଳ ୧୯୯୩ ର ସଡକ ନିରାପତ୍ତା ଓ ଗାଡି ଚଳାଚଳ ଆଇନ ୧୧୫ ଓ ମୋଟର ଚଳାଚଳ ଆଇନ ୧୭୩ ଅନୁଯାୟୀ ଏହି ଅଧ୍ୟାଦେଶ ଜାରି କରିଚ୍ଥନ୍ତି ।  ତେବେ ପୂର୍ବବତ ୧୬ ରୁ ୧୫ ତାରିଖ  ପର୍ଯ୍ୟନ୍ତ  ମାଲବାହି ଗାଡି ଗୁଡିକ ସୁକିନ୍ଦା ଠାରୁ ଭୁବନ-ଷଡଙ୍ଗୀ-ଗନ୍ଦିଆ ଦେଇ ଚଢେଇଧରା ହୋଇ ଗତାଗତ କରିବ ।  ସେହିଭଳି ଯାତ୍ରୀବାହି ବସ୍ ଗୁଡିକ ଚଣ୍ଡିଖୋଲେ ଅଭିମୁଖେ ଯିବାପାଇଁ ଡୁବୁରୀ- ମିଲିଟାରୀ ଚ୍ଥକ ହୋଇ ପାଣିକୋଇଲି ଦେଇ ଗତାଗତ କରିବ ବୋଲି ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ଆଚାର୍ଯ୍ୟ ସୂଚନା ଦେଇଚ୍ଥନ୍ତି ।  ଏ ସଂପର୍କରେ ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ, ଜଗତସିଂପୁର, କଟକ ଓ କେନ୍ଦ୍ରପଡା ଜିଲ୍ଲାପାଳଙ୍କୁ  ମଧ୍ୟ ଅବଗତ କରାଯାଇଚ୍ଥି ।  ସ୍ଥାନୀୟ ଜନସାଧାରଣ, ବସ୍, ଟ୍ରକ, ମିନି ବସ୍, ଟ୍ରକ୍ ମାଲିକ ସଂଘ ଓ ବୁଦ୍ଧିଜୀବି ମାନେ ଏ ଦିଗରେ ସହଯୋଗ କରିବାକୁ ଜିଲ୍ଳ୍ା ପ୍ରଶାସନ ପକ୍ଷରୁ ଅନୁରୋଧ   କରାଯାଇଚ୍ଥି ।  

Leave A Reply

Your email address will not be published.