ପିଟି ପିଟି ଲହୁ ଲୁହାଣ କଲେ ପର୍ଯ୍ୟଟକ ଙ୍କୁ, ପୋଲିସ ର କାର୍ଯ୍ୟକଳାପ କୁ ନେଇ ଉଠିଲା ପ୍ରଶ୍ନ।
ନୀଳଗିରି, ୨୫/୧୦:-ଓଡ଼ିଶା ପର୍ଯ୍ୟଟନ ମାନଚିତ୍ର ରେ ବାଲେଶ୍ଵର ଜିଲ୍ଲା ର ନୀଳଗିରି ପଞ୍ଚଲିଙ୍ଗେଶ୍ଵର ଶୈବ ପୀଠ ଗୁରୁତ୍ୱ ବହନ କରୁଥିବା ବେଳେ ପ୍ରତି ଦିନ ଶହ ଶହ ପର୍ଯ୍ୟଟକ ଆସିଥିବା ବେଳେ ପୀଠରେ ଥିବା ଦୋକାନୀ ମାନଙ୍କ ପ୍ରାଦୁର୍ଭାବ ବଢ଼ି ବଢ଼ି ଚାଲିଥିବା ବେଳେ ପର୍ଯ୍ୟଟକ ଙ୍କୁ ମାଡ଼ ମାରି ଲହୁଲୁହାଣ କରିବାକୁ ପଛାଉ ନାହାନ୍ତି। ଯାହା ଫଳରେ ପର୍ଯ୍ୟଟକ ପଞ୍ଚଲିଙ୍ଗେଶ୍ୱର ଆସିବା ପାଇଁ ଭୟ କରୁଛନ୍ତି। ରବିବାର ଏପରି ଏକ ଘଟଣା ପଞ୍ଚଲିଙ୍ଗେଶ୍ୱର ରେ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଅନୁଗୁଳ ଅଞ୍ଚଳରୁ ସଙ୍ଗୀତା ରାଣୀ ମିଶ୍ର ନିଜ ପରିବାରକୁ ଧରି ପଞ୍ଚଲିଙ୍ଗେଶ୍ୱର ବୁଲିବାକୁ ଆସିଥିଲେ। ଠାକୁର ଦର୍ଶନ କରି ଫେରୁଥିବା ବେଳେ ତାଙ୍କର ପୁତୁରା ସୁରଜ ମିଶ୍ର ଏକ ଦୋକାନରେ ଗଣେଶ ମୂର୍ତ୍ତି ଦେଖୁ ଥିଲେ। ମାତ୍ର ପସନ୍ଦ ନ ହେବାରୁ ପଳାଇ ଆସୁଥିବା ସମୟରେ ଦୋକାନୀ ତନୁ ଓ ଶୁକୁଟା ସମେତ ୩-୪ ଜଣ ମିଶି ପୁତୁରା ସୁରଜ କୁ ପିଟା ମରା କରି ଲହୁ ଲୁହାଣ କରି ପକାଇ ଥିଲେ। ପରିବାର ଲୋକେ ପ୍ରତିବାଦ କରିବାରୁ ସେମାନଙ୍କୁ ମଧ୍ୟ ପିଟିଥିଲେ। ଏନେଇ ସଙ୍ଗୀତା ରାଣୀ ମିଶ୍ର ତୁରନ୍ତ ଈଶ୍ଵରପୁର ଫାଣ୍ଡି ଅଧିକାରୀ ମାନସ ରଞ୍ଜନ ନାୟକ ଙ୍କୁ ଫୋନ କରୁଥିବା ବେଳେ ଫାଣ୍ଡି ଅଧିକାରୀ ଫୋନ୍ ଉଠାଇ ନଥିଲେ। ପରେ ୧୧୨ କୁ ମଧ୍ୟ ଫୋନ୍ କରିଥିଲେ। ମାତ୍ର କେହି ନ ଆସିବାରୁ ଶେଷରେ ନିଜ ଗାଡ଼ିରେ ସମସ୍ତେ ନୀଳଗିରି ମେଡିକାଲ୍ ଆସି ଚିକିତ୍ସିତ ହୋଇ ଥିଲେ। ପୁତୁରା ର ପିଠିରେ ଗୁରୁତର ମାଡ଼ ଚିହ୍ନ ଥିବା ବେଳେ ଗୁରୁତର ଥିବାର ଦେଖିବାକୁ ମିଳିଛି। ପରେ ସଙ୍ଗୀତା ରାଣୀ ମିଶ୍ର ଏନେଇ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି। ନୀଳଗିରି ଥାନାରେ ୪୭୯/୨୬ ରେ ମାମଲା ରୁଜୁ ହୋଇଛି। ତେବେ ବାହାର ପର୍ଯ୍ୟଟକ ପୋଲିସ ର ସହାୟତା ମାଗୁଥିବା ବେଳେ ପୋଲିସର ସହଯୋଗ ନ ମିଳିବା ପୋଲିସର ନିଷ୍କ୍ରିୟତା ଉପରେ ପ୍ରଶ୍ନ ଉଠୁଛି।