ସହର ମଧ୍ୟରେ ଲୁଟେରା ଗ୍ୟାଙ୍ଗ ଲୁଟି ନେଲେ ଦେଢ଼ ଲକ୍ଷ ଟଙ୍କା। 

0

ଟିଟିଲାଗଡ, ( ଗୌରବ ଦର୍ଜୀ)-ଆଜି ଟିଟିଲାଗଡ ସହର ମଧ୍ୟରେ ଥିବା ଏକ୍ସିସ ବ୍ୟାଙ୍କ ସମ୍ମୁଖରୁ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ମଧ୍ୟପ୍ରଦେଶ ରୁ ଆସି ଟିଟିଲାଗଡରେ ବ୍ୟବସାୟ କରୁଥିବା ଘନଶ୍ୟାମ ଚାରଣ ନାମକ  ଜଣେ  ବ୍ୟବସାୟୀ ଏକ୍ସିସ୍ ବ୍ୟାଙ୍କ ରେ ୪୫ ହଜାର ଟଙ୍କା ଜମା କରି ବଳକା ୧ ଲକ୍ଷ ୫୦ ହଜାର ଟଙ୍କା ପଞ୍ଜାବ ନେସନାଲ ବ୍ୟାଙ୍କରେ ଜମା କରିବା ପାଇଁ ଏକ୍ସିସ୍ ରୁ ବାହାରି ଚାଲି ଯାଉଥିବା ସମୟରେ ଦୁଇଜଣ ଲୁଟେରା ବ୍ୟବସାୟୀ ଙ୍କୁ ଧକ୍କା ମାରି ଟଙ୍କା ଲୁଟି ନେଇ ଟିଭିଏସ ଆପଚି ( ଗାଡ଼ି ନମ୍ବର – ଓଡି ୦୨ ବିଏ ୪୯୬୬)  ଦ୍ଵାରା ଫେରାର ମାରି ଥିବା ବ୍ୟବସାୟୀ ଅଭିଯୋଗ କରିଛନ୍ତି। ସେମାନେ ଫେରାର ମାରିବା ସମୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଛକ ପାଖରେ ଜଣଙ୍କୁ ଧକ୍କା ଦେଇ ଆଗକୁ ତୀବ୍ର ଗତି ରେ ପଳାୟନ କରିଥିଲେ। କିନ୍ତୁ ତୀବ୍ର ଗତି ରେ ଯାଉଥିବା ସମୟରେ ଜଗନ୍ନାଥ ମନ୍ଦିର ଗଲି ଏଫ୍ ସି ଆଇ ଅଫିସ୍ ସମ୍ମୁଖ ରେ ଜଣେ କୋରିୟର ବୟେ ଘନଶ୍ୟାମ ଆଡଯୁଆଡ ଙ୍କ ବାଇକ୍ ରେ ଧକ୍କା ହୋଇଥିଲେ। ସେଠାରେ ସେମାନେ ପଡ଼ି ଯିବାରୁ ବାଇକ୍ ଓ ଏକ ବ୍ୟାଗ୍ କୁ ଛାଡି ଫେରାର ହୋଇଯାଇଥିବା ସୂଚନା ରହିଛି।  ବ୍ୟବସାୟୀ ଘନଶ୍ୟାମ ତୁରନ୍ତ ଟିଟିଲାଗଡ ପୋଲିସ ଷ୍ଟେସନ କୁ ଆସି ଅଭିଯୋଗ କରିବା ରୁ ଏସ ଆଇ ମୋହିନୀ ମଲ୍ଲିକ ଙ୍କ ସହ ଏକ ପୋଲିସ ଟିମ୍ ତଦନ୍ତ ଆରମ୍ଭ କରିଥିଲେ। ସ୍ଥାନୀୟ ଲୋକେ କହନ୍ତି  ଲୁଟେରା ମାନେ ପୋଲିସ ଷ୍ଟେସନ ଭିତର କୁ ଯାଇ କପଡା ବଦଳାଇ ପୁଣି ବାହାରି ଯାଇଥଲେ। କିନ୍ତୁ ବର୍ତ୍ତମାନ ଟିଟିଲାଗଡ ପୋଲିସ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.