ଜଣାଶୁଣା ବରିଷ୍ଠ ଆଇନଜୀବୀ  ପ୍ରତାପଚନ୍ଦ୍ର ଦାସଙ୍କ ଦେହାନ୍ତ

0

ରାୟଗଡା (ସରୋଜ କୁମାର ସାହୁ) : ସହରର ଜଣାଶୁଣା ବରିଷ୍ଠ ଆଇନଜୀବୀ  ପ୍ରତାପଚନ୍ଦ୍ର ଦାସଙ୍କ ଆଜି ଦେହାନ୍ତ ହୋଇଯାଇଛି | କରୋନା ଆକ୍ରାନ୍ତ  ହୋଇ  ବିଶାଖାପାଟଣାର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସମୟରେ  ଆଜି ସକାଳେ 8.35ମିନିଟରେ ସେ ମୃତ୍ୟୁ ବରଣ କରିଛନ୍ତି ବୋଲି  ଆଡଭୋକେଟ ସଚ୍ଚିଦାନନ୍ଦ  ଖାଡ଼ଙ୍ଗା ସୂଚନାଦେବା ପରେ ରାୟଗଡା ସହରରେ ଶୋକର ଛାୟା ଖେଳିଯାଇଥିଲା | ଓକିଲ ସଙ୍ଘ ଦ୍ୱାରା  କୋର୍ଟ ପରିସରରେ ଓକିଲ ସଙ୍ଘ ସଭାପତି ଶ୍ରୀ ବ୍ରଜସୁନ୍ଦର ନାୟକ ଅଧ୍ୟକ୍ଷତାରେ ସ୍ବର୍ଗତ ଶ୍ରୀ ଦାସଙ୍କ ଆମରାତ୍ମାର ସଦଗତି  ନିମନ୍ତେ ସମସ୍ତ ଓକିଲ ଏବଂ ବିଚାର ବିଭାଗୀୟ ଅଧିକାରୀମାନେ ନିରବ ପ୍ରାର୍ଥନା କରିଥିଲେ |  ଜିଲ୍ଲା ଜଜ ଶ୍ରୀ ଚିତ୍ତରଞ୍ଜନ ଦାସ, ପରିବାର ଅଦାଲତ ଜଜ ଆଶିଷ କୁମାର ତ୍ରିପାଠୀ, ଓକିଲ ଭି ଏସ  ରାଜୁ, ମହେଶ୍ୱର ମହାପାତ୍ର, ରାମ ପ୍ରସାଦ ପାତ୍ର,ବିରଜା ପ୍ରସାଦ ପାତ୍ର  ଶୁଭ୍ରା ପଣ୍ଡା, ଡି କୁମାର ସ୍ୱାମୀ ସମେତ ଓକିଲ ମାନେ ସ୍ବର୍ଗତ ଦାସଙ୍କ ସ୍ମୃତି ଚାରଣ କରିଥିଲେ |  ଓକିଲ ସଙ୍ଘର ସମ୍ପାଦକ ମଙ୍ଗଳମୂର୍ତ୍ତି ବେଉରିଆ ସମସ୍ତ ଓକିଲଙ୍କୁ ଆଜି ସନ୍ଧ୍ୟା 6ଘଣ୍ଟା 30ମିନିଟରେ କୋର୍ଟ ପରିସରରେ ଶୋକ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଆମରାତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଦେବାକୁ ଅନୁରୋଧ କରିଛନ୍ତି | 

ଶ୍ରୀ ଦାସଙ୍କ ସମ୍ମାନାର୍ଥେ  ଦିନକ ପାଇଁ ସମସ୍ତ କୋର୍ଟ କାର୍ଯ୍ୟ ବନ୍ଦ କରିଥିବା ବେଳେ ଚଳିତ ମାସ 17ତାରିଖ ପର୍ଯ୍ୟନ୍ତ ଅତି ଆବଶ୍ୟକ ସ୍ଥଳେ ଓକିଲ ମାନେ କୋର୍ଟକୁ ଆସିବାକୁ ସଙ୍ଘ ସଭାପତି ଶ୍ରୀ ବ୍ରଜସୁନ୍ଦର ନାୟକ, ସମ୍ପାଦକ ମଙ୍ଗଳମୂର୍ତ୍ତି ବେଉରିଆ ଅନୁରୋଧ କରିଛନ୍ତି ବୋଲି ଓକିଲ ଲାବଣ୍ୟ ମୋହନ ପଟନାୟକ ଜଣାଇଛନ୍ତି | 

Leave A Reply

Your email address will not be published.