ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟକୁ ପ୍ଲାଟିନମ ଜୁବୁଲି ପ୍ରସ୍ତୁତି ବୈଠକ 

0

ବିଦ୍ୟାଳୟକୁ “ପୋଷ୍ୟ” ଭାବେ ଗ୍ରହଣ କରିବାକୁ ବିଧାୟକ ଶ୍ରୀ ବରିହାଙ୍କ ଘୋଷଣା

ପଦ୍ମପୁର- ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ,ପଦ୍ମପୁର ସମ୍ମିଳନୀ କକ୍ଷ ଠାରେ ପ୍ଲାଟିନମ ଜୁବୁଲି କାର୍ଯ୍ୟକାରୀ କମିଟିର ସଭାପତି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ବୈଠକରେ ବିଧାୟକ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟକୁ “ପୋଷ୍ୟ ବିଦ୍ୟାଳୟ ” ଭାବେ ଗ୍ରହଣ କରିଥିବା ବିପୁଳ ହର୍ଷଧ୍ବନୀ ମଧ୍ୟରେ ପ୍ରକାଶ କରିଥିଲେ ଓ ବିଦ୍ୟାଳୟରେ ଏକ ଅତ୍ୟାଧୁନିକ ଲାଇବ୍ରେରି ନିର୍ମାଣ କରିବା ପାଇଁ ଘୋଷଣା କରିଥିଲେ।  ପ୍ପ୍ଲାଟିନମ ଜୁବୁଲି  ଉପଲକ୍ଷେ ଆସନ୍ତା ୧୧ ତାରିଖ  ଗୁରୁବାର ଦିନ ବିଦ୍ୟାଳୟର ବର୍ଷିୟାନ ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ଏକ ଭବ୍ୟ ସମାରୋହରେ ସମ୍ବର୍ଦ୍ଧିତ କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିବା ବିଦ୍ୟାଳୟର ପ୍ରଧାନଶିକ୍ଷକ ସରୋଜ କୁମାର ଭୁଏଙ୍କ ଠାରୁ ପ୍ରକାଶ। କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଆସନ୍ତା ରବିବାର ଦିନ ୧୦ ଟାରେ  ଆଉ ଏକ ସାଧାରଣ ପ୍ରସ୍ତୁତି ବୈଠକ କରିବାକୁ ନିଷ୍ପତ୍ତି ନିଆଯାଇଥିବା ପ୍ରକାଶ।

Leave A Reply

Your email address will not be published.