ମୁଖ୍ୟମନ୍ତ୍ରୀଙ୍କର ଆହ୍ବାନ କ୍ରମେ ଅନୁଷ୍ଠିତ ହେଲା ଜୀବନବିନ୍ଦୁ କାର୍ଯ୍ୟକ୍ରମ:ସମୁଦାୟ ୫୧ ୟୁନିଟ ରକ୍ତ ସଂଗ୍ରହ

0 1

ବରଗଡ :- ବର୍ତ୍ତମାନ ସମୟରେ ସାରା ଦେଶର ରକ୍ତ ଭଣ୍ଡାର ଗୁଡ଼ିକ ରେ ଦେଖାଦେଇଛି ରକ୍ତର ଅଭାବ । ଅନ୍ୟପଟେ କରୋନା ମହାମାରୀ ର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହି ଭଳି ଘଡିସନ୍ଧି ମୁହୂର୍ତ୍ତରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ରାଜ୍ୟବାସୀଙ୍କୁ ରକ୍ତଦାନ କରିବାକୁ ଅନୁରୋଧ କରିଛନ୍ତି । ଏହାସହିତ ବିଜୁ ଜନତା ଦଳ ଦ୍ୱାରା ବିଗତ କିଛି ବର୍ଷ ହେଲା କରାଯାଉଥିବା ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତଦାତା ମାନଙ୍କର ନିକଟରୁ  ରକ୍ତ ସଂଗ୍ରହ କରିବା ପାଇଁ ଦଳର କର୍ମୀ ମାନଙ୍କୁ ଆହ୍ବାନ ଦେଇଛନ୍ତି । ରକଭଣ୍ଡାରରେ  ରକ୍ତ ଅଭାବକୁ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ବାନ କ୍ରମେ ତଥା ରାଜ୍ୟ ସରକାରଙ୍କ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଙ୍କ ତତ୍ବାବଧାନରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆଜି ଜିଲ୍ଲାର ଘେଁସ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା।ଓଡିଶା ମୋ ପରିବାର ର ଜିଲ୍ଳାସଂଯୋଜକ ଗୌରହରୀ ମିଶ୍ର, ଜିଲ୍ଳାପରିଷଦ ସଭ୍ୟ ସୁବ୍ରତ କୁମାର ବେହେରା, ଜୀବନ ବିନ୍ଦୁର ବରଗଡ ଜିଲ୍ଲା ସହ ସଂଯୋଜକ ଅଶ୍ବିନୀ ତ୍ରିପାଠୀ ଫିତାକାଟି ଉଦ୍ଘାଟନ କରିଥିଲେ।ଏହି ଶିବିର ରେ ସର୍ବମୋଟ ୫୧ ୟୁନିଟ୍ ରକ୍ତ ବରଗଡ ରକ୍ତ ଭଣ୍ଡାର ଦ୍ବାରା ସଂଗୃହୀତ ହୋଇଥିଲା। ଆଜି ଏହି କାର୍ଯ୍ୟକ୍ରମ କୁ ସଫଳ କରିଥିବା ସମସ୍ତ ରକ୍ତଦାତା ମାନଙ୍କୁ , ଓଡିଶା ମୋ ପରିବାର ଜୀବନବିନ୍ଦୁ ତରଫ ରୁ ସମସ୍ତ ରକ୍ତ ଦାତା ମାନଙ୍କୁ ଅନେକ ଅନେକ ଧନ୍ୟବାଦ ଜ୍ଞାପନ କରାଯିବା ସହିତ ସମସ୍ତ ରକ୍ତଦାତା ମାନଙ୍କୁ ସମ୍ମାନିତ ମଧ୍ୟ କରାଯାଇଥିଲା । ରକ୍ତଦାତା ମଆଗାମୀ ଦିନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଜୀବନବିନ୍ଦୁ ସହ ସଂଯୋଜକ ଶ୍ରୀ ଅଶ୍ୱିନୀ ତ୍ରିପାଠୀ ଜଣାଇଛନ୍ତି ।

Leave A Reply

Your email address will not be published.