ବୁଗୁଡା / ଡ଼ଃ କୁମୁଦ ଚନ୍ଦ୍ର ବେହେରା: ପବିତ୍ର ଗାନ୍ଧି ଜୟନ୍ତୀ ଉପଲକ୍ଷେ ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଶୁକ୍ରବାର ଅକ୍ଟୋବର ୨ ତାରିଖ ଦିନ ସଫେଇ କାର୍ଯ୍ୟ, ସହର ସଫା ରଖିବା ପାଇଁ ଶପଥ ପାଠ ଓ ସହର ସଫା ରଖିବା ପାଇଁ ସାଇକେଲ ରାଲି ପ୍ରଭୃତି କାର୍ଯ୍ୟକ୍ରମ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦାଶଙ୍କ ନେତୃତ୍ୱରେ ବହୁ ସ୍ବେଚ୍ଛାସେବୀ ବସଷ୍ଟାଣ୍ଡ , ହାଇସ୍କୁଲ ଛକ, ମଦନ ମୋହନ ଛକ, ବଡଦାଣ୍ଡ ପ୍ରଭୃତି ସ୍ଥାନରେ ଉଠା ଦୋକାନୀମାନଙ୍କ ଦ୍ୱାରା ହୋଇଥବା ଅଳିଆ ଆବର୍ଜନା ସଫା କରିବା ସହ ପରିତ୍ୟକ୍ତ ଜିନିଷ ଗୋଟିଏ ପାତ୍ରରେ ପକାଇବାକୁ ପରାମର୍ଶ ଦେଇଥିଲେ। ସ୍ଵୟଂ ସହାୟିକା ଗୃପ ମହିଳା ମାନଙ୍କୁ ନେଇ ସହରକୁ ପରିଷ୍କାର ରଖିବାକୁ ସହଯୋଗ କରିବାକୁ ଶପଥ ପାଠ ହୋଇଥିଲା। ସେହିପରି ଇଓ ଶ୍ରୀ ଦାଶଙ୍କ ନେତୃତ୍ୱରେ ସ୍ବେଚ୍ଛାସେବୀ ମାନଙ୍କୁ ନେଇ ସହରରେ ସାଇକେଲ ରାଲି କରାଯାଇ ସହର ପରିଷ୍କାର ରଖିବାକୁ ଜନସଚେତନତା କାରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.