ଶିକ୍ଷକଙ୍କ ଅକାଳ ବିୟୋଗ

0 1

ଝାରବନ୍ଧ- ମନୋହର ଦାଶ:ବ ରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ର ଲଉଡିଦରହା ପଞ୍ଚାୟତ ଲଉଡିଦରହା ଗ୍ରାମ ର ଗୌଡ଼ମାଲ ୟୁ.ପି ସ୍କୁଲ ର ଶିକ୍ଷକ ତୀର୍ଥବାସୀ ଜଗତ(୪୨) ଙ୍କର ପରଲୋକ ହୋଇଯାଇଛି।ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ପଦ୍ମପୁର ମୁଖ୍ୟ ଚିକତ୍ସାଳୟ କୁ ନିଆଯାଇଥିଲା।ଡାକ୍ତର ତାଙ୍କୁ ବୁର୍ଲା ଡାକ୍ତର ଖାନା କୁ ସ୍ଥାନାନ୍ତରିତ କରି ଥିଲେ।ବୁର୍ଲା ରେ ତାଙ୍କର ମୃତ୍ୟୁ ଘଟିଥିଲା ।ତାଙ୍କୁ ବୁର୍ଲାରୁ ନିଜ ଜନ୍ମ ସ୍ଥାନ ଲଉଡିଦରହା ଗ୍ରାମକୁ ଅଣା ଯାଇ ସ୍ଥାନୀୟ ସ୍ମଶାନ ରେ ତାଙ୍କର ଶେଷ କ୍ରୁତ୍ୟ ସମ୍ପନ କରାଯାଇଥିଲା।ତାଙ୍କ ବିୟୋଗ ର ଖବର ପାଇ ପଡୋଶୀ ଏବଂ ଝାରବନ୍ଧ ବ୍ଲକ ର ବହୁ ଶିକ୍ଷକ କୃତିବାସ ବେହେରା,ତରାଚନ୍ଦ ଜଗତ,ଲୋକନାଥ ଜଗତ,ଭୁବନ ବାଗ,ସୁଶୀଲ ବାଗ,ପ୍ରଦ୍ୟୁମ୍ନ ପାଢ଼ୀ ପ୍ରଭୃତି ବହୁ ଶିକ୍ଷକ ଶେଷ ଦର୍ଶନ କରିଥିଲେ। ପରିବାର ରେ ତାଙ୍କର ସ୍ତ୍ରୀ,ଏକ ପୁଅ,ବାପା ମା ଅଛନ୍ତି ତାଙ୍କର ଅକାଳ ବିୟୋଗ ରେ ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି. ।

Leave A Reply

Your email address will not be published.