ଧନକଉଡା ବ୍ଲକ ଜୋନ-୨ କଂଗ୍ରେସ ସଭାପତି ଉପେନ୍ଦ୍ର ଦେବତାଙ୍କ ପରଲୋକ l

0

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ):  ସମ୍ବଲପୁର ଜ଼ିଲ୍ଲା  ଧନକଉଡା ବ୍ଲକ ଜୋନ-୨ କଂଗ୍ରେସ ସଭାପତି ଉପେନ୍ଦ୍ର ଦେବତା (୬୭)  କଲାମାଟି ଗାଁ ମୁଳ ବାସିନ୍ଦା ଙ୍କ  ବରଗଡସ୍ଥିତ ବାସଭବନରେ ମଙ୍ଗଳବାର ରାତିରେ ପରଲୋକ ହୋଇଛି। ତାଙ୍କ ଶବକୁ କଳାମାଟି ଗ୍ରାମକୁ ଅଣାଯାଇଥିବାବେଳେ, ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ବ୍ଲକ ଉପାଧ୍ୟକ୍ଷା ସୁଷମା ସାହୁ, ସମାଜସେବୀ , ବାଳକୃଷ୍ଣ ସାହୁ, ରାଧେଶ୍ୟାମ ପ୍ରଧାନ, ପ୍ରମୁଖଙ୍କ ସମେତ ଗ୍ରାମର ମାନ୍ୟଗଣ୍ୟବ୍ୟକ୍ତି ଉପେନ୍ଦ୍ରଙ୍କ ଶେଷ ଦର୍ଶନ କରି ଶୋକସନ୍ତ୍ବତ୍ବ ପରିବାରକୁ ସମବେଦନା ଜଣାଇଥିଲେ। ସେହିପରି ରେଙ୍ଗାଲୀ ବିଧାୟକ  ନାଉରୀ ନାଏକ,ପୂର୍ବତନ ବିଧାୟକ ଅଶ୍ବିନୀ ଗୁରୁ,ପୂର୍ବତନ ରେଙ୍ଗାଲି ବିଧାୟକ ଦୁର୍ଯ୍ୟୋଧନ ଗର୍ଡିଆ,କଂଗ୍ରେସ ନେତା  ବାଳକୃଷ୍ଣ ରୋହିଦାସ,  ପ୍ରମୁଖ ଖବରପାଇ ଶୋକ ପ୍ରକାଶ କରିଥିବା ଜଣାପଡିଛି। ସ୍ବର୍ଗତ ଉପେନ୍ଦ୍ରଙ୍କ ଶବସତ୍କାର ଗାଁ ଶ୍ମଶାନରେ କରାଯାଇଥିବାବେଳେ,ତାଙ୍କ ପୁଅ ଦୀପକ ମୁଖାଗ୍ନୀ ଦେଇଥିଲେ।ପ୍ରକାଶ ଥାଉକି ସେ ଜଣେ କଂଗ୍ରେସ ଦଳର ଆଜୀବନ ସଦସ୍ୟଥିବାବେଳେ,ସେ ମେଳାପି, ଶାନ୍ତ, ସରଳ, ବ୍ୟକ୍ତିତ୍ବ ଥିଲେ l  କଂଗ୍ରେସ ଦଳ ର ବରିଷ୍ଠ ସଦସ୍ୟ ସୌମିତ୍ରୀ ପାଢୀ,ଏମ୍ଡି ରୁସ୍ତମ, ବଳରାମ ସେଠ,ବଜରଙ୍ଗବଲୀ ବର୍ମା, ଲାଲଜୀ ସାହୁ ପ୍ରମୁଖ ମଧ୍ୟ  ଉପେନ୍ଦ୍ର ଙ୍କ ବିୟୋଗ ରେ  ଶୋକ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.