ସମ୍ବଲପୁର ରେ ଜାତୀୟ ପୁଷ୍ଟିସାଧନ ସଚେତନତା ସପ୍ତାହ

0

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ):  ସହରର ରେମେଡ ଠାରେ ଜାତୀୟ ପୁଷ୍ଟିସାଧନ ସଚେତନତା ସପ୍ତାହ ଆଜି ପାଳିତ ହୋଇଯାଇଛି। ନଗର ଭ୍ରାମ୍ୟମାଣ ସ୍ୟାସ୍ଥ୍ୟ ୟୁନିଟ ଓ ରେମେଡ-୨ ମହିଳା ଆରୋଗ୍ୟ ସମିତି ଆନୂକୁଲ୍ୟରେ ଅାୟୋଜିତ କାର୍ଯ୍ୟକ୍ରମରେ ସୁସ୍ଥ ଶରୀର ଓ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ପୌଷ୍ଟିକ ଖାଦ୍ୟ କିପରି ଶକ୍ତିବର୍ଦ୍ଦକ ଓ ରୋଗ ପ୍ରତିରୋଧକ ଶକ୍ତି ବଢାଇ ଶାରୀରିକ,ମାନସିକ ଓ ବୌଦ୍ଧିକ ବିକାଶରେ ସହାୟ ହୋଇଥାଏ ସେ ଦିଗରେ ଗୁରୁତ୍ୱ ଦିଆଯାଇଥିଲା l ‘ମାସ’  ସଦସ୍ୟାଙ୍କ ଦ୍ୱାରା ପ୍ରଦର୍ଶିତ ବିଭିନ୍ନ ଖାଦ୍ୟ ସାମଗ୍ରିର ଗୁଣବତ୍ତାକୁ ଆଧାରକରି ଏହି ସବୁ ଖାଦ୍ୟ ମଧୁମେହ,ରକ୍ତଚାପ,କ୍ୟାନ୍ସର ତଥା କରୋନା ମୁକାବିଲା ପାଇଁ ଔଷଧ ଅପେକ୍ଷା ଜୀବନ ରକ୍ଷାକରୀ ଭାବେ କାର୍ଯ୍ୟକରିଥାଏ ସେ ଦିଗରେ ୟୁଏମଏଚୟୁର ଡାକ୍ତର ରାଜାରାମ ଷଡଙ୍ଗୀ ସାରଗର୍ଭକ ଭାବେ ବୁଝାଇଥିଲେ ।ଏଏନଏମ ନିବେଦିତା ପାଣ୍ଡେ ଏହାକୁ ପରିଚାଳନା କରିଥିବା ବେଳେ ‘ମାସ ‘ର ସଭାନେତ୍ରୀ ସୌଦାମିନୀ ବେହେରା,ସଂପାଦିକା ପଦ୍ମିନୀ ମିଶ୍ର, କୋଷାଧ୍ଯକ୍ଷା କିଶୋରୀ ସାହୁ, ସଂଚାଳିକା ନଳୀନି ମହାନ୍ତି ପ୍ରମୂଖ ଭୁମିକା ନିର୍ବାହ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଞ୍ଚଳରେ ଖୁବ ପ୍ରଶଂସା କରାଯାଇଥିବାବେଳେ କୋଭିଡ ପରିଚାଳନା ପାଇଁ ସମ୍ବଲପୁର ଆସିଥିବା ଆଏଏସ ଚଞ୍ଚଳ ରଣା ପ୍ରଶଂସା କରି ଏ କ୍ଷେତ୍ରରେ ଆଗେଇଯିବାକୁ ପରାମର୍ଶ ଦେଇଛନ୍ତି l ଏହା ସହିତ ୟୁଏଚଏମ ସିପିଏମ ଗୁରୁଦତ୍ତ ପୁରୋହିତ ମଧ୍ୟ ସାଧୁବାଦ  ଜଣାଇବା ସହ ପ୍ରଶଂସା କରିଛନ୍ତି l

       

Leave A Reply

Your email address will not be published.