ପୋଖରୀରେ ବୁଡି ଯୁବକ ମୃତ୍ୟୁ, ମେଡିକାଲରେ ପରିବାରକୁ ଭେଟିଲେ ବିଧାୟକ ।

0

ବୁଗୁଡା/  ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଲିଆ ଗ୍ରାମର ୪୨ ବର୍ଷର ଜଣେ ଯୁବକ ପୋଖରୀର ପାଣିରେ ବୁଡି ମୃତ୍ୟୁ ବରଣ କରିଥିବା ବେଳେ  ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ବୁଗୁଡା ମେଡିକାଲକୁ ଯାଇ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣାପଡ଼ିଛି। ଆଜି ମଙ୍ଗଳବାର ସକାଳ ପ୍ରାୟ ୧୦ ଘଣ୍ଟା ସମୟରେ ଗୋଲିଆ ଗ୍ରାମ ଗଳି ସାହିର ଭଗବାନ ସାହୁ ନିଜ ଗ୍ରାମର କୂର୍ମ ପୋଖରୀକୁ ଗାଧୋଇବା ପାଇଁ ଯାଇ ପୋଖରୀ ପାଣିରେ ବୁଡି ଯାଇଥିଲେ। ପୋଖରୀରେ ଉପସ୍ଥିତ ଥିବା ଅନ୍ୟ ଲୋକମାନେ ଭଗବାନଙ୍କୁ ପାଣିରୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବୁଗୁଡା ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ। ହେଲେ ଡାକ୍ତର ଭଗବାନଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ପ୍ରକାଶ ଥାଉକି ସ୍ବର୍ଗତ ଭଗବାନ ପ୍ରାୟ ୨୦ ବର୍ଷ ହେଲା ଗ୍ରାମକୁ ନଆସି ଜାମୁରେ ଶ୍ରମିକ ଭାବେ କାମକରୁଥିବା ବେଳେ ଲକ ଡାଉନ ଯୋଗୁଁ କାମ ହରାଇ ଗତ ମାର୍ଚ୍ଚ ମାସରେ ଗ୍ରାମକୁ ଫେରିଥିଲେ। ଏହି ଖବର ପାଇ ବିଧାୟକ ଶ୍ରୀକାନ୍ତ ସାହୁ ବୁଗୁଡା ମେଡିକାଲକୁ ଯାଇ ସ୍ବର୍ଗତ ଭଗବାନଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ବୁଗୁଡା ପୋଲିସ ଖବର ପାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାପଡ଼ିଛି।

Leave A Reply

Your email address will not be published.