ଅହଲ୍ୟା ଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପାସ ହାର ୯୪ ପ୍ରତିଶତରୁ ଉର୍ଦ୍ଧ୍ବ

0

ବୁଗୁଡା/ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଗ୍ରାମର ଅହଲ୍ୟା ଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୦୨୦ ଯୁକ୍ତ ଦୁଇ କଳା ବିଭାଗରେ ପାସ ହାର ୯୪ ପ୍ରତିଶତରୁ ଅଧିକ ହୋଇଥିବା ଅଧ୍ୟକ୍ଷ ଡ଼ଃ ବ୍ରଜକିଶୋର ପାଢ଼ୀ ପ୍ରକାଶ କରିଛନ୍ତି। ଅହଲ୍ୟା ଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୋଟ ୫୩ ଜଣ ଛାତ୍ରଛାତ୍ରୀ +୨ କଳା ବିଭାଗରେ ପରୀକ୍ଷା ଦେଇଥିବା ବେଳେ ୫୦ ଜଣ ଉତ୍ତୀର୍ଣ୍ଣ ହୋଇ  ପାସ ହାର ୯୪ % ରୁ ଉର୍ଦ୍ଧ୍ବ ହୋଇଅଛି। ପାସ ହୋଇଥିବା ୫୦ ଜଣଙ୍କ ମଧ୍ୟରୁ ୧୩ ଜଣ ପ୍ରଥମ ଶ୍ରେଣୀ, ୮ ଜଣ ଦ୍ଵିତୀୟ ଶ୍ରେଣୀ ଓ ୨୯ ଜଣ ତୃତୀୟ ଶ୍ରେଣୀରେ ପାସ କରିଥିବା ବେଳେ ୩ ଜଣ ଫେଲ ହୋଇଛନ୍ତି। ପରୀକ୍ଷା ଫଳରେ ଅହଲ୍ୟା ଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବୁଗୁଡା ବ୍ଲକରେ ପ୍ରଥମ ହୋଇଥିବା ଯୋଗୁଁ ଅଭିଭାବକ ମହଲରେ ଆନନ୍ଦ ଦେଖା ଦେଇଛି।

Leave A Reply

Your email address will not be published.