ଆନ୍ଧ୍ର-ଓଡିଶା ସୀମାନ୍ତରେ ପୋଲିସ କାର୍ଯ୍ୟକଳାପ ବିରୋଧରେ ଆଦିବାସୀ ମେଳି

0

ମାଲକାନଗିରି (ବି ଶ୍ରୀନିବାସ ପାତ୍ର )  ଗତକାଲି ଏକ ପୋଲିସ ଜୁଲମ ବିରୋଧି  ରାଲୀ ସ୍ୱାଭିମାନ ଅଞ୍ଚଳ ରେ ଦେଖିବାକୁ ମିଳିଥିଲା। ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳ ର ରାଲେଗାଡ଼ା ପଞ୍ଚାୟତର ସୀମାନ୍ତ ଓ ଆନ୍ଧ୍ରା ପ୍ରଦେଶ ସୀମାନ୍ତ  ପେଦାବାଇଲୁ ଥାନା  ଅନ୍ତର୍ଗତ ଇଂଜେଇ ଗ୍ରାମଠାରେ ଶହସହ ଆଦିବାସୀ ଏକଜୁଟ ହୋଇଥିଲେ । ସମସ୍ତ ଆଦିବାସୀ ପୁଲିସ ବିରୋଧରେ ରାଲି ଓ ସ୍ଲୋଗାନ ଦେଇଥିଲେ। ନିରୀହ ଆଦିବାସୀଙ୍କୁ ନକ୍ସଲ ଓ ନକ୍ସଲସମର୍ଥକ କହି ବିନା କାରଣରେ ଗିରଫ କରିବା ବନ୍ଦ କରାଯାଉ ବୋଲି ରାଲି ମାଧ୍ୟମରେ ଦାବି ଜଣାଇଥିଲେ। ପୁଲିସ ଜୁଲମ ଆଦିବାସୀଙ୍କ ଉପରେ ବନ୍ଦ କରାଯାଉ, ନିରୀହ ଲୋକଙ୍କୁ ନକ୍ସଲ ସମର୍ଥକ କହି ତାଙ୍କ ବିରୋଧରେ ପୋଷ୍ଟେର, ବ୍ୟାନର ମାରିବା ବନ୍ଦ କରାଯାଉ ବୋଲି ସ୍ଲୋଗାନ ଦେଇଥିଲେ। ସେମାନେ ନିକଟସ୍ଥ ହାଟ ଅନ୍ୟ ଗ୍ରାମ କୁ ଗଲେ ପୋଲିସ ନିରୀହ ଲୋକଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ସହ ତନ୍ନ ତନ୍ନ ଚେକିଁ କରିବା ସହ ଗ୍ରାମ ଲୋକଙ୍କୁ ନକ୍ସଲ ଇନଫର୍ମର କହି ବେଳେ ବେଳେ ଥାନା କୁ ନେଇ ଯାଉଛନ୍ତି । ଯଦି ପୁଲିସ ନକ୍ସଲ ନାମରେ ଅତ୍ୟଚାର ବନ୍ଦ ନକରେ ତେବେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.