ଥାନାରେ ପଶିଲା  ପଶିଲା କରୋନା

0

ମେଲଛାମୁଣ୍ଡା(ମନୋଜ ଭୋଇ)-ବରଗଡ ଜିଲ୍ଳାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କରୋନା ପଶିସାରିଥିବା ବେଳେ ମେଲଛାମୁଣ୍ଡାସ୍ଥିତ ଥାନା ମଧ୍ୟ ଏଥିରୁ ବାଦ ପଡି ନାହିଁ । ଥାନାର ଦୁଇ ଜଣ କର୍ମଚାରୀଙ୍କ ପାଖରେ କରୋନା ପଜିଟିଭ ଥିବା ସୂଚନା ମିଳିବା ପରେ ଥାନା ପରିସରକୁ ଜନସାଧାରଣଙ୍କ ପ୍ରବେଶକୁ ନିଷେଧ କରାଯାଇଛି । ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ବ୍ୟକ୍ତି ବିଶେଷଙ୍କୁ ଗେଟ ଆଗରେ ଅଟକାଇ ଅଭିଯୋଗ ଶୁଣାଯାଉଛି । ଉଭୟ ସଂକ୍ରମିତ ବ୍ୟକ୍ତି ବିଶେଷଙ୍କୁ ହୋମ ଆଇସୋଲେସରେ ରଖିବା ସହ ଥାନା ପରିସରକୁ ବିଶୋଧନ କରାଯାଇଛି । ସଂକ୍ରମିତ କର୍ମଚାରୀ ଦ୍ୱୟ ଥାନାର ଅନ୍ୟ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବାରୁ କାଳେ ଅନ୍ୟ କର୍ମଚାରୀ ଏଥିରେ ଆକ୍ରନ୍ତ ଅଛନ୍ତି ନା ନାହିଁ ଜାଣିବା ପାଇଁ ଡାକ୍ତରି ଦଳ ବୁଧବାର ସକାଳେ ଥାନାକୁ ଆସି ଅନ୍ୟ ସମସ୍ତ କର୍ମଚାରୀଙ୍କ ଆଂଟିଜେନ ଜରିଆରେ ପରୀକ୍ଷା କରିଛନ୍ତି । ପରୀକ୍ଷାରୁ ଅନ୍ୟ ସମସ୍ତ କର୍ମଚାରୀଙ୍କ ରିପୋଟ ନେଗେଟିଭ ଆସିବାରୁ କର୍ମଚାରୀ ମହଲରେ ଅଶ୍ୱସ୍ଥି ପ୍ରକାଶ ପାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ସ୍ୱପ୍ନାରାଣୀ ଗୋଚ୍ଛାୟତ ସୂଚନା ଦେଇଛନ୍ତି । 

Leave A Reply

Your email address will not be published.