ଅବକାରୀ ବିଭାଗ ଦ୍ଵାରା ରନ୍ଧା ମଦ ଜବତ।

0

ଟିଟିଲାଗଡ (ଗୌରବ ଦରଜୀ)-କୋରୋନା କାଳରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ପ୍ରାୟ ୫ମାସ ଧରି ଅନେକ ଲକ୍ ଡାଉନ୍ ଓ ସଟ୍ ଡାଉନ୍ ଘୋଷଣା କରିବାପରେ ବର୍ତ୍ତମାନ ଅନଲକ୍ କରୁଛନ୍ତି ସାରା ଦେଶକୁ। ଜନସାଧାରଣଙ୍କ ଜୀବନ ସାମାନ୍ୟ ସୁଧୁରି ଆସୁଥିବା ବେଳେ ଅନେକ ଅସାମାଜିକ କାର୍ଯ୍ୟ କଳାପ ବି ଅନଲକ ହେଉଛି । ଏହି ପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ସଇଁତଳା ବ୍ଲକ୍ ଧରପଗଡ ଗ୍ରାମ ପଞ୍ଚାୟତ  ଅନ୍ତର୍ଗତ କୁଶମେଲ ଗ୍ରାମରେ। ସେଠାରେ ଜଣେ ବ୍ୟକ୍ତି ବେଆଇନ ଭାବେ ମଦ ରାନ୍ଧି ନିଜ ଗ୍ରାମ ସହିତ ପାଖ ଅଞ୍ଚଳ ମାନଙ୍କରେ ବିକ୍ରି କରୁଥିଲେ। ସେପ୍ଟେମ୍ବର ୧ ତାରିଖ ଟିଟିଲାଗଡ ଅବକାରୀ ବିଭାଗ ଖବର ପାଇ ଉକ୍ତ ଅଞ୍ଚଳକୁ ଚଢାଉ କରିଥିଲେ। ବ୍ୟକ୍ତି ଜଣକ ନିଜ ଘର ସାମ୍ନାରେ ମଦ ରାନ୍ଧି ରଖିଥିଲେ। ଅବକାରୀ ବିଭାଗ ସେହି ସ୍ଥାନରୁ ପ୍ରାୟ ଦଶ ଲିଟର ରନ୍ଧା ମଦ ଜବତ କରିବା ସହ ସେହି ବ୍ୟକ୍ତି କୁ ଗିରଫ କରି ଟିଟିଲାଗଡ ଅବକାରୀ ବିଭାଗ କାର୍ଯ୍ୟାଳୟ ଆଣି ଏଫ୍ ଆଇ ଆର୍  ଦର୍ଜ କରିବା ପରେ ତାକୁ କୋରୋନା ମହାମାରୀ ଯୋଗୁଁ ଛାଡ଼ି ଦେଇଥିବା ଟିଟିଲାଗଡ ଅବକାରୀ ଅଧିକାରୀ  ସୂଚନା ଦେଇଛନ୍ତି। କିନ୍ତୁ ସାଧାରଣ ଜନତା ଙ୍କ ଆଲୋଚନା କରୁଛନ୍ତି ଯେ ସେହି ଯୁବକ ତ କେବଳ ମାତ୍ର କିଛି ଲିଟର ମଦ ତିଆରି କରି ବିକ୍ରୀ କରୁଛନ୍ତି କିନ୍ତୁ ଯେଉଁମାନେ ସହ ସହ ଲିଟର ମଦ ତିଆରି କରି ଅସାଧୁ ଉପାୟ ରେ ବିକ୍ରି କରୁଛନ୍ତି ସେମାନଙ୍କୁ ଉପଯୁକ୍ତ ସମୟ ଥାଉ ଥାଉ ଧାରା ଯିବା ଉଚିତ୍। ଏମାନଙ୍କ ପଛରେ ଅନେକ ବଡ଼ ବଡ଼ିଆ ଥିବା ଲୋକେ , ବିଭିନ୍ନ ବ୍ୟବସାୟୀ ଓ ରାଜନୈତିକ ବ୍ୟକ୍ତି ଥିବା ଆଲୋଚନା କରୁଛନ୍ତି ।

 

Leave A Reply

Your email address will not be published.