ଟିଟିଲାଗଡ ରେ ଶାନ୍ତି ପୂର୍ଣ୍ଣ ଭାବେ ଜବର୍ ଦଖଲ ଉଚ୍ଛେଦ।

0

ଟିଟିଲାଗଡ( ଗୌରବ ଦରଜୀ)- ବହୁ ବର୍ଷ ଧରି ଟିଟିଲାଗଡ ଉପଖଣ୍ଡ ଅଞ୍ଚଳରେ ଥିବା ରାସ୍ତା ଗୁଡ଼ିକ ସଂକୀର୍ଣ୍ଣ  ହୋଇ ରହିଥିଲା। ଟିଟିଲାଗଡ ର ଅନେକ ମୁଖ୍ୟ ରାସ୍ତା ର ଉଭୟ ପାର୍ଶ୍ଵ ରେ ଥିବା ଦୋକାନୀ ମାନେ ଦୋକାନ ଷ୍ଟଲ୍ ଠୁ ଆଗକୁ ପ୍ରାୟ ୫-୬ଫୁଟ ବଢେଇ ସ୍ଥାନ ଦଖଲ କରି ଆଜବେଷ୍ଟର ଦେଇ କିମ୍ବା ଚାଲ କୁଡିଆ ତିଆରି କରି   ନେଇଛନ୍ତି। ଯାହା ଫଳରେ ରାସ୍ତା ଗୁଡ଼ିକ ସଂକୀର୍ଣ୍ଣ ହେବା ସହ ଗ୍ରାହକ ମାନେ ଗାଡ଼ି ମୋଟର ରାସ୍ତା ଉପରେ ରଖୁଥିବା ଯୋଗୁଁ ବହୁ ମାତ୍ର ରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। 

          ଟିଟିଲାଗଡ ର ଟ୍ରାଫିକ ସମସ୍ୟା କୁ ଦୃଷ୍ଟି ରେ ରଖି ଟିଟିଲାଗଡ ର ଉପଜିଲ୍ଲପାଳ ଶ୍ରୀ ସୋମେଶ ଉପାଧ୍ୟାୟ ଏହି ଜବର ଦଖଲ କୁ ଉଚ୍ଛେଦ କରିବା ପାଇଁ ପଦକ୍ଷେପ ନେଉଛନ୍ତି। କିଛି ଦିନ ପୂର୍ବ ରୁ ଟିଟିଲାଗଡ ସ୍ଥିତ ବିଏସଏନଏଲ୍ ଭବନ ସମ୍ମାନ ରୁ ହଟଲି ଛକ ପର୍ଯ୍ୟନ୍ତ ଥିବା ଫଳ ଦୋକାନ ଗୁଡ଼ିକୁ ତାଙ୍କର ଦଖଲ କରିଥିବା ସ୍ଥାନ କୁ ଶୀଘ୍ର ଖାଲି କରିବାକୁ ନିର୍ଦେଶ ଦେଇଥିଲେ। ଉପ ଜିଲ୍ଲାପାଳ ଙ୍କ ନିର୍ଦେଶ ମାନି ଫଳ ଦୋକାନୀ ଗୁଡ଼ିକ ଯଥା ଶୀଘ୍ର ତାଙ୍କ ଅଧିକୃତ ସ୍ଥାନ ଖାଲି କରିଥିଲେ। ଏହା ପରେ ଗତ କାଲି ୦୧ ସେପ୍ଟେମ୍ବର ରେ ଉପ ଜିଲ୍ଲାପାଳ ଅନ୍ୟାନ୍ୟ ମ୍ୟୁନିସିପାଲଟି ଅଧିକାରୀ ସହ ମିଶି ପେଟ୍ରୋଲ ପମ୍ପ ଛକ ଠୁ ରେଳୱେ ଷ୍ଟେସନ ପର୍ଯ୍ୟନ୍ତ ରାସ୍ତା ଗୁଡ଼ିକୁ ମାପି ଦୋକାନୀ ମାନଙ୍କ ଦ୍ଵାରା ଅଧିକୃତ ସ୍ଥାନ କୁ 24 ଘଣ୍ଟା ମଧ୍ୟରେ ଖାଲି କରିବା ପାଇଁ ନିର୍ଦେଶ କରିଥିଲେ। ଆଜି ଦୋକାନୀ ମାନେ ଉପ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ନିଜେ ନିଜର ଦୋକାନ ସାମ୍ନା ରେ ଥିବା ଅଧିକୃତ ସ୍ଥାନ କୁ ଖାଲି କରୁଥିବା ର ଦେଖିବାକୁ ମିଳିଥିଲା। ଟିଟିଲାଗଡ ର ଅନ୍ୟ ମୁଖ୍ୟ ରାସ୍ତା ଗୁଡ଼ିକ ଯେପରି ପୋଲିସ ଷ୍ଟେସନ ଠାରୁ କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ଲମ୍ବି ଥିବା ଧର୍ମଶାଳା ରୋଡ, ପୋଲିସ ଷ୍ଟେସନ ଠାରୁ ବାନ୍ଦୁପଲା ଜାତୀୟ ରାଜପଥ ୫୯ ଓ ଶାସ୍ତ୍ରୀ ଛକ ଠାରୁ ସର୍ଗିଗୁଡା ପର୍ଯ୍ୟନ୍ତ ଲମ୍ବି ଥିବା ମୁଖ୍ୟ ରାସ୍ତା ସହ ଅନ୍ୟାନ୍ୟ ରାସ୍ତା ମୁଖ୍ୟ ରାସ୍ତା ଗୁଡ଼ିକୁ  ମଧ୍ୟ ପ୍ରଶସ୍ତ କରିବା ସହ ସହର ମଝିରେ ହେଇଥିବା ଜବର ଦଖଲ ଓ ଟ୍ରାଫିକ ସମସ୍ୟା କୁ ଦୂର କରିବା ପାଇଁ ଜନସାଧାରଣ ଦାବି କରିଛନ୍ତି।

Leave A Reply

Your email address will not be published.