ଝାରସୁଗୁଡା:( ସୁଭାଷ ସହାରେ) ଦକ୍ଷିଣ ପୂର୍ବ ରେଳପଥର ଧୁତରା ରେଳ ଷ୍ଟେସନ ନିକଟସ୍ଥ ମଝି ବଡପୁଲିଆ ରେଲୱେ ଗ୍ରିଡପଏଣ୍ଟ ଡାଉନଲାଇନ ଖୁଣ୍ଟ ନଂ. ୫୦୭/୧୮ ପାଖରେ ପ୍ରାୟ ୪୦ ବର୍ଷର ଏକ ଅଚିହ୍ନା ଯୁବର ମୃତଦେହ ପଡ଼ି ରହିଥିବା ଶୁକ୍ରବାର ସନ୍ଧ୍ୟାରେ ଡାଉନ ଇଣ୍ଟରସିଟି ଏକ୍ସପ୍ରେସ୍ ଡ୍ରାଇଭର ଧୁତରା ଷ୍ଟେସନକୁ ଖବର ଦେଇଥିଲେ। ଆଜି ସକାଳ ୮ଟାରେ ରେଳବାଇ ପୋଲିସ ଘଟଣାସ୍ଥଳକୁ ଯାଇ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ମୃତ ଯୁବକର ମୁଣ୍ଡଫାଟି ପ୍ରଚୁର ରକ୍ତସ୍ରାବ ହୋଇଥିବା ଜଣା ପଡିଛି। ମୃତ ଯୁବକର ଦେହରେ ହାଫ ଜିନ୍ସ ପ୍ୟାଣ୍ଟ,ଆକାଶି ନୀଳ ରଙ୍ଗର ସାର୍ଟ ଥିଲା। ଯୁବକଟି ଆଖପାଖ ଅଞ୍ଚଳର ହୋଇନଥିବା ଏବଂ କାମପାଇଁ ଅନ୍ୟ ରାଜ୍ୟରୁ ଶ୍ରମିକ ରୂପେ ଆସିଥିବା ସ୍ଥାନୀୟ ଲୋକେ ଅନୁମାନ କରିଛନ୍ତି। ଏହାସହିତ ବର୍ତ୍ତମାନ ସମୟରେ କୌଣସି ପାସେଞ୍ଜର ଟ୍ରେନ୍ କିମ୍ବା ଦ୍ରୁତଗାମୀ ଏକ୍ସପ୍ରେସ୍ର ଗମନାଗମନ ନ ଥିଲା ବେଳେ ଏପରି ଅବସ୍ଥାରେ ଯୁବକଟି ପଡ଼ିରହିଥିବା ତାହା ସମସ୍ତ ପାଇଁ ସନ୍ଦେହ ସୃଷ୍ଟି କରୁଛି । ଏ ସ୍ଥାନକୁ ଶବ କିପରି ପହଞ୍ଚିଲା ସେ ନେଇ ସଭିଙ୍କ ମନରେ ଗୋଟିଏ ପ୍ରଶ୍ନ। କାରଣ ସେହିସ୍ଥାନରେ ଗୋଟିଏ ପରେ ଗୋଟିଏ ଏପରି ଅଘଟଣ ବାରମ୍ବାର ଘଟୁଥିବା ସ୍ଥାନୀୟ ଲୋକ କହିଛନ୍ତି। ଧୁତରା ରେଳଷ୍ଟେସନ ନିକଟରେ ଉଚ୍ଚକ୍ଷମତା ସମ୍ପନ୍ନ ବିଦ୍ୟୁତ ଟାୱାର ଲାଇନ ନିର୍ମାଣ ଚାଲିଥିବା ବେଳେ ବାହାର ରାଜ୍ୟରୁ କାମ କରିବାକୁ ଆସି ଉଚ୍ଚସ୍ଥାନରୁ ପଡ଼ିଥିବା ମଧ୍ୟ ଅନୁମାନ କରାଯାଉଛି।
Sign in
Sign in
Recover your password.
A password will be e-mailed to you.
Prev Post