ନାବାଳକ ଯୌନ ବ୍ୟଭିଚାର ମାମଲାରେ କେନ୍ଦ୍ରର ହସ୍ତକ୍ଷେପ।

0

ମୁଖ୍ୟ ସଚିବଙ୍କୁ ପତ୍ର ଲେଖିଲେ NCCPR ଅଧ୍ୟକ୍ଷ।

ଝାରସୁଗୁଡ଼ା 🙁 ସୁଭାଷ ସହାରେ)- ଝାରସୁଗୁଡ଼ାର ଏକ ସେଲଟର ହୋମରେ ସଂସ୍ଥାପକଙ୍କ ଦ୍ବାରା ଆସିଥିବା ଯୌନ ନିର୍ଯାତନା ଘଟଣାକୁ ଗୁରୁତର ସହକାରେ ନେଇଛି କେନ୍ଦ୍ର । ଭାରତ ସରକାରଙ୍କ ଅଧୀନରେ ଥିବା ରାଷ୍ଟ୍ରୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଓଡ଼ିଶା ସରକାରଙ୍କ ମୂଖ୍ୟ ସଚିବଙ୍କୁ ଏ ବିଷୟରେ ଏକ ପତ୍ର ଲେଖି ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। 

ଢେଙ୍କାନାଳରଠାରେ ଏହିପରି ଏକ ଘଟଣା ପୂର୍ବରୁ ଘଟିଯାଇଥିବାରୁ ଆୟୋଗ ଏହିପରି ଘଟଣାର ପୁନରାବୃତ୍ତିକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ସେଲଟର ହୋମ ଓ ଅନ୍ୟାନ୍ୟ ସେବା ନାମରେ ଗରିବ ଶ୍ରେଣୀର ଶିଶୁମାନଙ୍କୁ ଏହିପରି ଯୌନ ଶୋଷଣକୁ ଗମ୍ଭୀରତା ସହ ନେବାକୁ ଆୟୋଗ କହିଛନ୍ତି। ଏହାବ୍ୟତୀତ ଯୌନ ନିର୍ଯାତନା ଅଭିଯୋଗ ଆସିଥିବା ଏନଜିଓ ‘ଫେଥ୍ ଆଉଟରିଚ୍’ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେତୋଟି ପଦକ୍ଷେପ ନେବା ପାଇଁ କୁହାଯାଇଛି। ଏହି ସଂସ୍ଥା ଦ୍ବାରା ପରିଚାଳିତ ସମସ୍ତ ବିଦ୍ୟାଳୟ, ହଷ୍ଟେଲ ଓ ଅନ୍ୟାନ୍ୟ ଅନୁଷ୍ଠାନକୁ  ଡବ୍ଲ୍ୟୁସିଡି ଓପୋଲିସ ବିଭାଗରଦାୟୀତ୍ବ ସଂପନ୍ନ ଅଧିକାରୀଙ୍କ ଦ୍ବାରା ତୁରନ୍ତ ନିରୀକ୍ଷଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାବ୍ୟତୀତ ଏହାର ଅନୁମତି ପତ୍ର,ବର୍ତ୍ତମାନ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ବିବରଣୀ, ହଷ୍ଟେଲବାସୀଙ୍କ ପୁଙ୍ଖାନୁପୁଙ୍ଖ ତଥ୍ୟ,ସିଡବ୍ଲୁସି ସମ୍ମୁଖରେ ଶିଶୁମାନଙ୍କ ଦ୍ଵାରା ଦିଆଯାଇଥିବା ବୟାନ, ଅଭିଯୁକ୍ତ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନର ବିବରଣୀ ତଥା ଏଫ ଆଇ ଆର ର ନକଲ ପ୍ରଭୃତି ତଥ୍ୟ ଆୟୋଗକୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। 

ଗତ 19 ଅଗଷ୍ଟ 2020 ରେ ଏକ ୱେବ୍ ପୋର୍ଟାଲରେ ଫେଥ୍ ଆଉଟରିଚର ସଂସ୍ଥାପକ ଜନ୍ ପ୍ୟାଟ୍ରିକ୍ ବ୍ରିଜ୍ ନାମରେ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ ଜଣେ ଛାତ୍ର। ସେ ନାବାଳକ ଥିବା ସମୟରେ ବ୍ରିଜ୍ ଦ୍ବାରା ଯୌନ ବ୍ୟଭିଚାରର ଶୀକାର ହୋଇଥିଲେ ଵୋଲି ନିଜ ଏଫ ଆଇ ଆର ରେ ଉଲ୍ଲେଖ କରିଥିଲେ। ଜନ ବ୍ରିଜ୍ ଦ୍ବାରା ୨୧ ଜଣ ଛାତ୍ରଙ୍କ ସହ ସମଲିଙ୍ଗୀ ଯୌନ ସଂପର୍କ କରାଯାଇଥିଲା ବୋଲି ନ୍ୟୁଜିଲାଣ୍ଡର ୱେଲିଂଟନଠାରେ ଥିବା ଏହି ସଂସ୍ଥାର  ସଂପାଦକ ଆନେ କିଙ୍ଗ ଅଭିଯୋଗ କରିଛନ୍ତି। ଝାରସୁଗୁଡ଼ା ପୋଲିସ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜନ ବ୍ରିଜକୁ ଗିରଫ କରିଥିଲେ।

Leave A Reply

Your email address will not be published.