ବିଜୁ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ।

0

ଝାରସୁଗୁଡ଼ା :(ସୁଭାଷ ସହାରେ)  ଝାରସୁଗୁଡ଼ା ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଓଡ଼ିଶା -ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ମଙ୍ଗଳବଜାର ସ୍ଥିତ ସ୍ପୋର୍ଟ୍ସ କୋମ୍ପ୍ଲେକ୍ସ ଅଡିଟୋରିୟମଠାରେ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l 

ଉକ୍ତ ଶିବିରକୁ  ଝାରସୁଗୁଡ଼ା ବିଧାୟକ  ତଥା ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବକିଶୋର ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।ଝାରସୁଗୁଡ଼ା ଜିଲ୍ଲା ବିଜେଡି ସଭାପତି ତଥା ବ୍ରଜରାଜନଗର ବିଧାୟକ  କିଶୋର କୁମାର ମହାନ୍ତି ମହୋଦୟ ଉକ୍ତ ରକ୍ତ ଦାନ ଶିବିରରେ ସଭାପତିତ୍ୱ କରିଥିଲେ। ଉକ୍ତ ରକ୍ତ ଦାନ ଶିବିରକୁ ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ଶ୍ରୀ ତ୍ରିନାଥ ଗୁଆଲ ତଥା  ନଗର ସଭାପତି ସନ୍ଦୀପ ଅଵସ୍ତୀ  ପରିଚାଳନା କରିଥିଲେ l 

ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା  ବରିଷ୍ଠ ନେତା ଶ୍ରୀଯୁକ୍ତ ରବି ସିଂ ଓ  ଶ୍ରୀଯୁକ୍ତ ତାପସ କୁମାର ରାୟ ଚୌଧୁରୀ , ବିଜେଡି ଉପସଭାପତି ଶ୍ରୀ ମନୋରଞ୍ଜନ ମହାପାତ୍ର , ପୂର୍ବତନ ନଗରପାଳ ହରିଶ ଠକ୍କର , ଜିଲ୍ଲା ବିଜେଡି ଯୁବ ସଭାପତି ଶ୍ରୀ ପ୍ରଶାନ୍ତ ଜେନା , ଜିଲ୍ଲା ବିଜେଡି ଏସ ସି ସେଲ୍ ସଭାପତି ଶ୍ରୀ ଜୟ ପ୍ରକାଶ କୁଅଁର , ଜିଲ୍ଲା ବିଜେଡି ମହିଳା ସଭାପତି ଶ୍ରୀମତୀ ଜୟକୁମାରୀ ପଟେଲ , ଯୁବ ଟାଉନ ସଭାପତି ଶ୍ରୀ ଅରବିନ୍ଦ ବାରିକ , ପୁର୍ବତନ କାଉନସିଲର ପବନ ସିଂହ ଯାଦବ , ଛାତ୍ର  ନଗର ସଭାପତି ପଳାଶ କର୍ମକାର , ନଗର  ମାଇନରିଟି ସଭାପତି ଜାହୀଦ କୁରେସୀ , ଜିଲ୍ଲା ଆଇନ ସାମୁଖ୍ୟ ସମ୍ପାଦକ ତୁଳସୀ ପ୍ରସାଦ ଦାସ , ରାଜୁ ପାଣିଗ୍ରାହୀ , ପିଣ୍ଟୁ ପାଢୀ , ପ୍ରତାପ ନନ୍ଦ , ଗୋବିନ୍ଦ ସିଂଘାନିଆ , ଝାରସୁଗୁଡ଼ା ବ୍ଳକ ସଭାପତି ଦାମୋଦର ନାଥ , ବ୍ଳକ ଅଧକ୍ଷ ଦିଗମ୍ବର ଭୋଇ , ଲିଙ୍ଗରାଜ ମହାପାତ୍ର , ପ୍ରଶାନ୍ତ ଭୈଷା , ସୁଭାଷ ସେଠ , ପ୍ଯାରେଲାଲ ଶ୍ରୀବାସ୍ତବ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l ଏହି ରକ୍ତ ଦାନ ଶିବିର ରେ ଝାରସୁଗୁଡ଼ା ରକ୍ତ ଭଣ୍ଡାର ଓ ବୁର୍ଲା ରକ୍ତ ଭଣ୍ଡାରର କର୍ମକର୍ତ୍ତାମାନେ ରକ୍ତ ସଂଗ୍ରହ କରିଥିଲେ। ଏଥିରେ ସର୍ବମୋଟ ୭୫ୟୁନିଟ ରକ୍ତ ସଂଗୃହିତ ହୋଇଥିଲା l ଝାରସୁଗୁଡ଼ା ବିଜୁ ଜନତା ଦଳ ଏଥିପାଇଁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.