ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମୃତିରେ ରକ୍ତଦାନ ଶିବିର। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ବାଧୀନତା ଦିବସ ଅବସରରେ ରକ୍ତଦାନ ଶିବିରର ଆୟୋଜନ  ସ୍ଥାନିୟ ଷ୍ଟେସନ ଛକ ପାଖ ହୋଟେଲ ପ୍ରିନ୍ସରେ ଆୟୋଜନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ,ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶ୍ରୀଯୁକ୍ତ ନବ କିଶୋର ଦାସ ଫିତା କାଟି ଶିବିର କୁ ଉଦଘାଟନ କରି ଥିଲେ। ଶିବିର ରେ କୋଭିଡ଼ ୧୯ ର ନିୟମର ବିଶେଷ ଭାବରେ ଧ୍ୟାନ ଦିଆଯାଇଥିବାରୁ ଖୁସି ଜାହିର କରି ରକ୍ତଦାନ ଜୀବନ ଦାନ ଓ ସ୍ବଇଛାରେ ଆଗେଇ ଆସି ଜୀବନ ବଞ୍ଚାଇବାକୁ କହି ସମସ୍ତ ରକ୍ତଦାତା ମାନକୁ ଉତ୍ସାହିତ କରିଥିଲେ ମୂଖ୍ୟ ଅତିଥି । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ସନ୍ଦୀପ ଅଗସ୍ତି, ପୁର୍ବତନ ନଗରପାଳ ତାପସ କୁମାର ରାୟ ଚୋୖଧୁରୀ, ସମାଜସେବୀ ତଥା ପୂର୍ବତନ କାଉନସିଲର ପ୍ୟାରେଲାଲ ଶ୍ରୀବାସ୍ତଵ,ସମାଜସେବୀ ତଥା ବୃନ୍ଦାବନ ରେସିଡେଣ୍ଟସିଆଲ କଲୋନୀର ସଭାପତି ପ୍ରଶାନ୍ତ ନନ୍ଦ ଆଦି ଉପସ୍ଥିତ ଥିଲେ। କରୋନା ଯୋଦ୍ଧା ଭାବେ ରକ୍ତଭଣ୍ଡାର ଅଧିକାରୀ ଡ଼ା. ସିଲବନ୍ତି ଜୋଜୋ ଓ ସମସ୍ତ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା। ରକ୍ତଭଣ୍ଡାର ତରଫରୁ ମଞ୍ଜୁ ସାହୁ ସୁନନ୍ଦା ପଣ୍ଡା ଓ ଭବାନି  ଆଦି ଉପସ୍ଥିତ ରହି ପରିଚାଳନା  କରିଥିଲେ। ଟ୍ରଷ୍ଟ ତରଫରୁ ବିବେକାନନ୍ଦ ମିଶ୍ର,ବିଜୟ ସାଇଗଲ,ଆଭାସ ଦୀକ୍ଷିତ, ସମୀର ରଞ୍ଜନ ଦାଶ, ଆଲୋକ ଚନ୍ଦ୍ର ପାଣିଗ୍ରାହୀ, ଜୟ କୃଷ୍ଣ ବଗାର ,ରାଜ୍ ଦାସ,ସୋନୁ ଯାଦବ, ଅଭିଜିତ ବାରିକ ଆଦି ଉପସ୍ଥିତ ରହି ସହଯୋଗ କରିଥିଲେ। କୋଭିଡ଼ ନିୟମ କୁ ଦୃଷ୍ଟି ରେ ରଖି ଅତି ବିଶେଷ ଭାବେ ସମାଜିକ ଦୂରତା ଓ ସାନିଟାଇଜେସନର ବ୍ୟବସ୍ଥା କରଯାଇଥିଲା ବୋଲି  ବୋଲି ଟ୍ରଷ୍ଟ ସଭାପତି ଇଂ ଅରବିନ୍ଦ ବାରିକ କହିଛନ୍ତି।   ସାବୁନ ଓ ବେସିନ ପାଣି, ଗୋଡ଼ ଦ୍ୱାରା ପରିଚାଳିତ ହେଉଥିବା ହ୍ୟାଣ୍ଡ ସାନିଟାଇଜର,ଜୋତା ସାନିଟାଇଜ କରିବା ପାଇଁ ଉପକରଣ,ସାନିଟାଇଜର ମେସିନ୍ ଯୁକ୍ତ ସ୍ୱତନ୍ତ୍ର ଡ଼ିଇଂଫେକ୍ସନ ଚାମ୍ବର, ୧୦ଟି ସ୍ଥାନ ରେ ଆଲକହଲଯୁକ୍ତ ହ୍ୟାଣ୍ଡ ସାନିଟାଇଜର, ଇନ୍ଫ୍ରାରେଡ଼ ଥୋର୍ମ୍ମମିଟର , ପ୍ରତ୍ୟେକ ରକ୍ତଦାନ ପରେ ବେଡ଼ସିଟ ବଦଳାଇବା,ହାଇଜିନ ହେଡ କ୍ୟାପ୍, ଗ୍ଲୋବସ୍(ହାତ), ଗ୍ଲୋବସ୍(ଗୋଡ଼), ହାଇଜିନ ଫୁଡ଼(ପେକେଡ) ଇତ୍ୟାଦିର ବ୍ୟବହାର ବାଧ୍ୟତାମୂଳକ କରାଯାଇଥିଲା। କୋଭିଡ଼ ସମୟ ଏହା ଏକ ମଡେଲ ରକ୍ତଦାନ ଶିବିର ବୋଲି ସାଧାରଣରେ ପ୍ରକାଶ ପାଉଛି |

ଝାରସୁଗୁଡ଼ା ରକ୍ତଭଣ୍ଡାରର ଆବଶ୍ୟକ ଅନୁସାରେ  ଓ ରକ୍ତ ଭଣ୍ଡାର ଅଧିକାରୀ ଙ୍କ ନିର୍ଦେଶ ଅନୁସାରେ ୨୨ ୟୁନିଟ ରକ୍ତ ସଂଗ୍ରହ କରିବାଯାଇଥିଲା  ବର୍ତମାନ ଭାରତୀୟ ସେନା (ଲଦାଖ) ରେ କାର୍ଯ୍ୟରତ ଯବାନ ବିଶାଳ କୁମାର ସିଂ, (ବିହାର ରେଜିମେଣ୍ଟ,)  ମଧ୍ୟ ରକ୍ତଦାନ କରି ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ମନେ ପକାଇ ଯୁବ ପିଢ଼ିଙ୍କୁ ଦେଶ ରକ୍ଷା ଓ ସମାଜ ସେବା ପ୍ରତି ଆଗେଇ ଆସିବା ପାଇଁ କହିଥିଲେ ।ଯୁବ ରକ୍ତଦାତା ମାନେ ଅତି ଉତ୍ସାହ ସହିତ ରକ୍ତଦାନ କରିଥିଲେ।

Leave A Reply

Your email address will not be published.