ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଲୋକସଭା ସାଂସଦ ଇଂ ବିଶ୍ୱେଶର ଟୁଡୁ ଆଜି ବାରିପଦା ହୋଟେଲ ଅମ୍ବିକା ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କର ସାଂସଦ ଭାବରେ ଅତିବାହିତ କରିଥିବା ବର୍ଷକର ରିପୋର୍ଟକାର୍ଡ ଉନ୍ମୋଚନ କରିବା ସହିତ ପ୍ରଦାନ କରିଛନ୍ତି । ମୟୂରଭଞ୍ଜ ଲୋକସଭା ସାଂସଦ କ୍ଷେତ୍ରର ବିଜେପି ସାଂସଦ ଭାବରେ ୨୦୧୯ ବର୍ଷର ରିପୋର୍ଟ କାର୍ଡରେ ବିଶେଷ କରି ରାସଗୋବିନ୍ଦପୁର-ଅମର୍ଦ୍ଧା ଏୟାଷ୍ଟ୍ରିପ ବାବଦରେ ନିଆଯାଇଥିବା ପଦକ୍ଷେପ, ବୁଢାମରା-ଚାକୁଳିଆ, ବାଙ୍ଗିିରିପୋଷୀ-ଗୋରୁମହିଷାଣି, ବାଦାମପାହାଡ-କେନ୍ଦୁଝର ନୂତନ ରେଳପଥ ବିଷୟରେ କରାଯାଇଥିବା କାର୍ଯ୍ୟକ୍ରମ ବାବଦରେ ଆଲୋଚନା କରି ବୁଢାମରା-ଚାକୁଳିଆ ରେଳପଥ ପାଇଁ ଓଡିଶା ସରକାରଙ୍କ ତରଫରୁ ଭୂବନେ୍ଦାବସ୍ତ ପାଇଁ ସମସ୍ତ ବ୍ୟବସ୍ଥା ହୋଇ ସାରିଥିବା ବେଲେ ଝାଡଖଣ୍ଡ ରାଜ୍ୟରେ ଭୂବନେ୍ଦାବସ୍ତ କାର୍ଯ୍ୟ ତ୍ୱରାନ୍ୱିତ ହେଉଥିବାର କହିଥିଲେ । ସେହିପରି ଜିଲ୍ଲାରେ ନିର୍ମାଣାଧୀନ ଜାତୀୟ ରାଜପଥ ୧୮ ଓ ୪୯ ନମ୍ବରରେ ଜନସାଧାରଣଙ୍କ ସୁବିଧା ପାଇଁ ଏବଂ ଦାବୀ ମୁତାବକ କେତେକ ଓଭର ବ୍ରିଜ ଓ ଫୁଟ ଓଭର ରାସ୍ତା ନିର୍ମାଣ ନୂତନ ଭାବରେ ସଂଯୋଗ କରାଯାଇଥିବା ସହ ଜିଲ୍ଲାର ବିଭିନ୍ନ ବ୍ଲକ ଅଂଚଳରେ କ୍ଷୁଦ୍ର ଶିଳ୍ପ୍ପ ଅନୁଷ୍ଠାନ , ସ୍ପିନିଂ ମିଲ, ସ୍ପଞ୍ଜ ଆଇରନ , ସବାଇ ଘାସ ଶିଳ୍ପ, ଡାଇରୀ ଫାର୍ମ, ମାଛଚାଷ ପ୍ରକଲ୍ପ ଆଦି ସହିତ ଜିଲ୍ଲାରେ ନେସନାଲ ରୁରାଲ ହର୍ଟିକଲଚର ରିସର୍ଚ ସେଂଟର ଆଦି ସ୍ଥାପନ ପାଇଁ ଯଥେଷ୍ଟ ପ୍ରୟାସ କରାଯାଇଛି ଏବଂ ଏସବୁ କାର୍ଯ୍ୟ ବାବଦରେ ବିଭାଗୀୟ ମନ୍ତ୍ରୀ ଓ ଅଧିିକାରୀଙ୍କ ସହିତ ଆଲୋଚନା ହୋଇ କାର୍ଯ୍ୟକ୍ରମ ଚୁଡାନ୍ତ ହୋଇଥିବାର କହିଛନ୍ତି । କରୋନା ମହାମାରୀ ଜନିତ କଟକଣା ପାଇଁ ବହୁ କାର୍ଯ୍ୟ ଅଟକିି ରହିଥିବା ବେଳେ ଆଗାମୀ ଦିନରେ ଖୁବଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି ରିପୋର୍ଟ କାର୍ଡରେ ଦର୍ଶାଇବା ସହିତ ପ୍ରେସ ମିଟରେ ବିବୃତି ପ୍ରଦାନ କରିଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଭାପତି ସୁଜାତା ମୁର୍ମୁ, ବିଜେପିର ବରିଷ୍ଠ ନେତା ତଥା ସଂସଦୀୟ କମିଟି ସଦସ୍ୟ ଛୋଟେଲାଲ ମହାନ୍ତ, ବରିଷ୍ଟ ନେତା ଜୀବନ ସାହୁ, ପୂର୍ବତନ ମନ୍ତ୍ରୀ ତଥା ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ଜିଲ୍ଲା ମୁଖପାତ୍ର କବି ବିଷ୍ଣୁ ଶତପଥି ପ୍ରମୁଖ ମଂଚାସୀନ ଥିଲେ ।
Sign in
Sign in
Recover your password.
A password will be e-mailed to you.