ବୁବୁଡା / ଡ଼. କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବ୍ଲକ ବିଡ଼ିଓ ତନ୍ମୟ ପାତ୍ର ଓ ତହସିଲଦାର ସଂଗ୍ରାମ କେଶରୀ ଜେନାଙ୍କୁ ମଙ୍ଗଳବାର ଦିନ ଉତ୍ତମ କରୋନା ଯୋଦ୍ଧା ଭାବେ ସମ୍ମାନୀତ କରାଯାଇଛି। ସ୍ୱଚ୍ଛତା ଆୱାରନେଶ ଏଣ୍ଡ ଧାରା ଆସୋସିଏସନ ପକ୍ଷରୁ ପ୍ରତିଷ୍ଠାନର ସଭାପତି ତଥା ସମାଜସେବୀ ସୂର୍ଯ୍ୟ ନାରାୟଣ ପରିଡା ଉଭୟ ପ୍ରଶାସନିକ ଅଧିକାରୀ ବିଡ଼ିଓ ଶ୍ରୀ ପାତ୍ର ଓ ତହସିଲଦାର ଶ୍ରୀ ଜେନାଙ୍କୁ ମାନପତ୍ର ପ୍ରଦାନ କରି ଉତ୍ତମ କରୋନା ଯୋଦ୍ଧା ଭାବେ ସମ୍ମାନୀତ କରିଛନ୍ତି। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କୋଭିଡ ନିୟମ ପାଳନ କରି ବୁଗୁଡା ବ୍ଲକର କେତେକ ଗ୍ରାମ ପଞ୍ଚାୟତର ସରପଞ୍ଚ ବୃନ୍ଦ ଉପସ୍ଥିତ ଥିଲେ। ଉଭୟ ଅଧିକାରୀ ବିଡ଼ିଓ ଶ୍ରୀ ପାତ୍ର ଓ ତହସିଲଦାର ଶ୍ରୀ ଜେନା କରୋନା ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ଗ୍ରାମ ପଞ୍ଚାୟତକୁ ଗସ୍ତକରି ଜନସଚେତନତା ସୃଷ୍ଟି କରିବା ସହ କୋଭିଡ ନିୟମକୁ ସମସ୍ତେ ଯେପରି ପାଳନ କରିବେ, ସେଥିପାଇଁ ସର୍ବଦା ଚେଷ୍ଟାକରି ପ୍ରଶଂସନୀୟ ହୋଇପାରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post