କ୍ରାନ୍ତି ଦିବସଠୁ ସ୍ୱାଧୀନତା ଦିବସ ଯାଏଁ ଜୀବନ ବିନ୍ଦୁ 

0

ସମ୍ବଲପୁର (ରମାକାନ୍ତ ବିଶ୍ବାଳ):  କରୋନା ମହାମାରୀ ସମୟରେ ଜୀବନ ରକ୍ଷାକାରୀ ରକ୍ତଦାନ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ “ଓଡିଶା ମୋ ପରିବାର” ଆନୁକୁଲ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆସନ୍ତାକାଲି ଅଗଷ୍ଟ ୯ ତାରିଖ (କ୍ରାନ୍ତି ଦିବସ) ରୁ ଅଗଷ୍ଟ ୧୫ ତାରିଖ (ସ୍ୱାଧୀନତା ଦିବସ) ପର୍ଯ୍ୟନ୍ତ  ରାଜ୍ୟସାରା ସପ୍ତାହବ୍ୟାପୀ ଆରମ୍ଭ ହେବ । ଏହିମର୍ମ ରେ ସମ୍ବଲପୁର ଠାରେ ଏହି ଅଭିଯାନ ର ଶୁଭାରମ୍ଭ ଆସନ୍ତାକାଲି ଦିବା ୧0 ଘଟିକା ସମୟରେ ଅଇଁଠାପାଲି କାଇଁଶିର ରୋଡ଼ ସ୍ଥିତ ବିଜେଡି ଜ଼ିଲ୍ଲା କାର୍ଯ୍ୟାଳୟ ରେ ଅନୁଷ୍ଠିତ ହେବ l ଅଗଷ୍ଟ ୯ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ବିଜୁ ଜନତା ଦଳ ଜ଼ିଲ୍ଲା ସଭାପତି ଇଂ.ସିଦ୍ଧାର୍ଥ ଦାସ ଙ୍କ ପୌରହିତ୍ୟ ରେ ଚାଲିବାକୁ ଥିବା ଏହି ଅଭିଯାନ ରେ ଆସନ୍ତକାଲି ପୂର୍ବତନ ରାଜ୍ୟସଭା ସାଂସଦ ସୁଶ୍ରୀ ପ୍ରମିଳା ବହିଦାର, ପୂର୍ବତନ ବିଧାୟିକା ଡ଼.ରାସେଶ୍ୱରୀ ପାଣିଗ୍ରାହୀ  ଙ୍କ ଗରିମାମୟ ଆତିଥ୍ୟ ଉପସ୍ଥିତି ରେ ଶୁଭ ଉଦ୍ଘାଟନ ହେବ। କରୋନା କଟକଣା, ସାମାଜିକ ଦୂରତ୍ୱ କୁ ଦୃଷ୍ଟି ରେ ରଖି ଓଡିଶାରୁ ରକ୍ତ ସଙ୍କଟ ଦୂର କରିବା ପାଇଁ ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ସପ୍ତାହେ ବ୍ୟାପି  ଅନୁଷ୍ଠିତ ହେବାକୁ ଥିବା ଏହି ରକ୍ତଦାନ ଶିବିରରେ ଜ଼ିଲ୍ଲା ର ସମସ୍ତ ତୁଙ୍ଗ ନେତୃ ମଣ୍ଡଳୀ ଙ୍କ ସମେତ “ଓଡିଶା ମୋ ପରିବାର”ର ବହୁ ସଦସ୍ୟ ପର୍ଯ୍ୟାୟ କ୍ରମେ  ଯୋଗଦାନ ସହ ରକ୍ତଦାତାଙ୍କୁ ଉତ୍ସାହିତ କରିବେ l

    ଏଣୁ ଏନେଇ ଜୀବନ ରକ୍ଷା ପାଇଁ ଆୟୋଜିତ ହେବାକୁ ଥିବା ଏହି  ରକ୍ତଦାନ କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟାରେ ରକ୍ତଦାତା ଯୋଗ ଦେବାକୁ  ବିଜେଡି ଜ଼ିଲ୍ଲା ସଭାପତି ଇ. ସିଦ୍ଧାର୍ଥ ଦାସ ନିବେଦନ  କରିଛନ୍ତି l

Leave A Reply

Your email address will not be published.