ୟୁଏଆଇଏଲର  ସ୍ୱାସ୍ଥ୍ୟ ଅଭିଯାନ ଦ୍ୱାରା ରାୟଗଡ଼ାର ପାରିପାର୍ଶ୍ଵିକ ଗୋଷ୍ଠୀ  ଉପକୃତ

0

ଭୁବନେଶ୍ୱର: ପାରିପାଶ୍ୱିର୍କ ଗୋଷ୍ଠୀ  ଓ ଲୋକମାନଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ ହେଉଛି ଉତ୍କଳ  ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ (ୟୁଏଆଇଏଲ୍) ବିକାଶ ଏଜେଣ୍ଡାର କେନ୍ଦ୍ର ସ୍ଥଳ । ଆଖାପାଖରେ ଏକ ସୁସ୍ଥକର ସମାଜ ଗଠନ କରିବାର ଉଦ୍ୟମକୁ ଜାରି ରଖି ୟୁଏଆଇଏଲ୍ ପକ୍ଷରୁ ଏହାର ପରିଚାଳନା ଅଂଚଳ ଓ ପାରିପାଶ୍ୱିର୍କ ଅଂଚଳରେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟସେବା ଅଭିଯାନ କାର୍ଯ୍ୟକାରୀ କରାଯାଇଛି ।

ଆଖାପାଖ ଅଂଚଳ ଓ ଲୋକମାନଙ୍କ ମୌଳିକ ସ୍ୱାସ୍ଥ୍ୟ ଆବଶ୍ୟକତା ପୂରଣ କରିବା ଲାଗି ୟୁଏଆଇଏଲ୍ ବିବିଧ-ସୂତ୍ରୀ ରଣନୀତି ଗ୍ରହଣ କରିଛି । ସୁସ୍ଥ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଅଂଶ ସ୍ୱରୂପ କଂପାନି ପକ୍ଷରୁ ଓସାପଡ଼ାରେ ଉତ୍କଳ  ହସ୍ପିଟାଲ୍, ନୂଆପଡ଼ାରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ମାଇନସ୍ ଟପରେ  ଫାଷ୍ଟ୍ ଏଡ୍ ସେଂଟର ସ୍ଥାପନ କରାଯାଇଛି । ଏହା ବ୍ୟତୀତ, କାଶିପୁର ଓ ଥୁଆମୂଳା ରାମପୁର ବ୍ଲକ୍ ପାଇଁ ଦୁଇଟି ଉତ୍ସର୍ଗୀକୃତ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ପ୍ରଦାନକାରି ଯାନ (ଏମ୍ଏଚ୍ୟୁ) ରହିଛି ଯାହା ଲୋକମାନଙ୍କ ସ୍ୱାସ୍ଥ୍ୟ ଆବଶ୍ୟକତାକୁ ସେମାନଙ୍କ ଘର ପାଖରେ ପହଂଚି ପୂରଣ କରୁଛି ଏବଂ ମାଗଣାରେ ଆବଶ୍ୟକ ଔଷଧ ଦେଉଛି ।

ଉନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାର ନିରନ୍ତର ଉଦ୍ୟମକୁ ଜାରି ରଖି ଏମ୍ଏଚ୍ୟୁ ସେବା ଜରିଆରେ ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକ୍ ଓ କଳାହାଣ୍ଡି ଜିଲ୍ଲାର ଥୁଆମୁଲା ରାମପୁର ବ୍ଲକ୍ର ୭୮ଟି ଗ୍ରାମର ପ୍ରାୟ ୫୭,୦୦୦ ଲୋକଙ୍କ ପାଖରେ ୟୁଏଆଇଏଲ୍ ପହଂଚିଛି । ଉକ୍ରଳ ହସ୍ପିଟାଲ ଓ ନୂଆପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରରେ ମାସିକ ହାରାହାରି ଭାବେ ପ୍ରାୟ ୭୦୦୦ ରୋଗୀଙ୍କ ଚିକିତ୍ସା କରାଯାଉଛି; ଏବଂ କଂପାନି ପକ୍ଷରୁ ସ୍ଥାପନ କରାଯାଇଥିବା ଫାଷ୍ଟ୍ ଏଡ୍ କେନ୍ଦ୍ରକୁ ପ୍ରାୟ ୨୫୦୦ ରୋଗୀ ଆସୁଛନ୍ତି ।

ସ୍ତ୍ରୀ ରୋଗ ଓ ପ୍ରସୂତୀ, ମେଡିସିନ୍, ସର୍ଜରି ଓ ଫିଜିଓଥେରାପି ଇତ୍ୟାଦି ସ୍ୱତନ୍ତ୍ର ସୁବିଧା ଥିବା ୟୁଏଆଇଏଲର  ୨୨ ଶଯ୍ୟା ବିଶିଷ୍ଟ ଉକ୍ରଳ ହସ୍ପିଟାଲ୍କୁ ଏଲ୍୧ କୋଭିଡ୍ ହସ୍ପିଟାଲ୍ ଘୋଷଣା କରାଯାଇଛି; ଏବଂ ଏଥିରେ ଭେଂଟିଲେଟର, ରେସ୍ପିରେଟୋରି ବ୍ୟବସ୍ଥା ସହିତ ଆଧୁନିକ ଔଷଧ ଓ ଏକ ଫିଜିଓଥେରାପି କେନ୍ଦ୍ର ରହିଛି । ସେହିପରି, ନୂଆପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ର କାଶିପୁର ବ୍ଲକ୍ର ୬ ଗ୍ରାମ ପଂଚାୟତରେ ଥିବା ପ୍ରାୟ ସବୁ ଗ୍ରାମର ଗୋଷ୍ଠୀଙ୍କ ପ୍ରାଥମିକ ସ୍ୱାସ୍ଥ୍ୟ ଆବଶ୍ୟକତାକୁ ପୂରଣ କରୁଛି । ଏହାର ଆମ୍ବୁଲାନ୍ସ ସେବା ମଧ୍ୟ ବିଭିନ୍ନ ଗ୍ରାମର ରେଫରାଲ୍ ରୋଗୀଙ୍କୁ ଓସଦପଡ଼ାର ଉକ୍ରଳ ହସ୍ପିଟାଲ୍, ନୂଆପଡ଼ା ଓପିଡି ଓ କାଣିପୁରର ଓଏଚ୍ସି ସମେତ ରାୟଗଡ଼ାର ଡିଏଚ୍ଏଚ୍କୁ ଚବିଶ ଘଂଟା ସେବା ପ୍ରଦାନ କରୁଛି ।

ଉଭୟ ଏମଏଚ୍ୟୁ ନିୟମିତ ଭାବେ ସ୍ୱାସ୍ଥ୍ୟ ପରୀକ୍ଷଶ ଓ ଟିକାଦାନ ସୁବିିଧା ଭଳି ପ୍ରତିଷେଧମୂଳକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ବ୍ୟତୀତ ମାଲେରିଆ, ଡେଙ୍ଗୁ ଓ ଝାଡ଼ାବାନ୍ତି ଆଦିର ପ୍ରତିରୋଧ ଓ ହାତ ଧୋଇବା, ସ୍ୱଚ୍ଛତା ଓ ପରିମଳ ଏବଂ ନିଜକୁ କିଭଳି ଉଚ୍ଚ ରକ୍ତଚାପ, ଡାଇବେଟିସ୍ ଓ ହୃଦରୋଗ ଇତ୍ୟାଦି ଭଳି ଜୀବନଶୈଳୀ ରୋଗ ଠାରୁ ଦୂରେଇ ରଖି ହେବ ତାହାର ଗୁରୁତ୍ୱ ସମ୍ପର୍କରେ ବୁଝାଇବା ଲାଗି ସଚେତନତା ଶିବିର ଆୟୋଜନ କରୁଛି ।

ଏହି ଅଭିଯାନ ସମପର୍କରେ ୟୁଏଆଇଏଲ୍ର ୟୁନିଟ୍ ମୁଖ୍ୟ ଓ ସଭାପତି ଏନ୍ ନାଗେଶ କହିଛନ୍ତି ଯେ, “ଏକ ଦାୟିତ୍ୱବାନ କର୍ପୋରେଟ୍ ଭାବେ ଆଖାପାଖରେ ଏକ ସୁସ୍ଥକର ସମାଜ ପାଇଁ ୟୁଏଆଇଏଲ୍ ଉଦ୍ୟମ କରୁଛି ଏବଂ ଏହାର ସମସ୍ତ ଅଂଶୀଦାରଙ୍କୁ ସମ୍ଭବ ହେଉଥିବା ଶ୍ରେଷ୍ଠ ସ୍ୱାସ୍ଥ୍ୟ ସେବା ଯୋଗାଇବା ଲାଗି ନିରନ୍ତର ଭାବେ କାର୍ଯ୍ୟ କରୁଛି । ରାୟଗଡ଼ା ଜିଲ୍ଲାର ଲୋକମାନଙ୍କୁ ଶ୍ରେଷ୍ଠ  ସ୍ୱାସ୍ଥ୍ୟ ସୁବିଧା ଦେବା ଲାଗି ରୋଗୀ ସେବା ଓ ପରିଚାଳନା ଦକ୍ଷତାର ପରବର୍ତୀ ସ୍ତରକୁ ଉକ୍ରଳ ହସ୍ପିଟାଲ୍କୁ ନେବା ଲାଗି ଆମେ ଲକ୍ଷ୍ୟ ରଖିଛୁ ।’’

“ଅଧ୍ୟକ୍ଷା ଶ୍ରୀମତୀ ରାଜଶ୍ରୀ ବିର୍ଲାଙ୍କ ଦ୍ୱାରା ପରିଚାଳିତ ହେଉଥିବା ଆଦିତ୍ୟ ବିର୍ଲା ସେଂଟର ଫର କମୁ୍ୟନିଟି ଇନିସିଏଟିଭସ୍ ଆଣ୍ଡ୍ ରୁରାଲ୍ ଡେଭେଲପ୍ମେଂଟ୍ ଅଧୀନରେ ଗ୍ରାମୀଣ ଓ ଆଦିବାସୀ ବହୁଳ ଅଂଚଳଗୁଡ଼ିକରେ ୪୫୦୦ରୁ ଅଧିକ ମେଡିକାଲ୍ ଶିବିର ଆୟୋଜନ କରିଛି । ପୁନଶ୍ଚ, ସାରା ଦେଶର ଅପହଂଚ ଅଂଚଳଗୁଡ଼ିକରେ ଥିବା ଗ୍ରୁପର ୧୮ ହସ୍ପିଟାଲ୍ ଜରିଆରେ ହଜାର ହଜାର ରୋଗୀଙ୍କୁ ଚିକିତ୍ସା ସେବା ମିଳୁଛି ଯେଉଁମାନେ ମୁଖ୍ୟତଃ ଉପେକ୍ଷୀତ ବର୍ଗର ସମାଜରୁ ଆସୁଛନ୍ତି ।”

Leave A Reply

Your email address will not be published.