ଝାରସୁଗୁଡ଼ା :(ସୁଭାଷ ସହାରେ)/ ଝାରସୁଗୁଡ଼ା ଜିଲ୍ଲା କିର୍ମିରାବ୍ଳକ ଭୀମଯୋର ପଞ୍ଚାୟତ ଭଉଁରା ଗ୍ରାମ ସିଂହିପଡାର ଏକ ବୃଦ୍ଧା ବିଧବା ଅସହାୟ ମହିଳା ଜମୁନା ବେହେରା(୭୦) ସରକାରଙ୍କ ଦ୍ଵାରା ନିଜେ ପାଇଥିବା ଇନ୍ଦିରା ଆବାସ କୁ ସଉତ ପୁଅ ହୃଦାନନ୍ଦ ବେହେରା ଅକ୍ତିଆର କରି ରହିଥିବା ବେଳେ ବୃଦ୍ଧା ଦଦରା କୁଡିଆରେ ରହୁଥିଲେ । ଏଣୁ ବୃଦ୍ଧା ମହିଳା ରାତ୍ରରେ ଏକୁଟିଆ ସେହି କୁଡ଼ିଆରେ ଶୋଇଥିବା ବେଳେ ଦୁଇଟି ହାତୀ କୁଡିଆର କାନ୍ଥସହ ବୃଦ୍ଧା ମହିଳାକୁ ଦଳି ଦେଇଥିଲେ । ଘଟଣାସ୍ଥଳରେ ବୃଦ୍ଧା ଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଗାଁ ରେ ହାତୀଦ୍ବୟର ତାଣ୍ଡବଲୀଳା ଦେଖି ଗାଁ ଲୋକେ ବନବିଭାଗକୁ ଖବର ଦେଇଥିଲେ । ବନବିଭାଗ କର୍ମଚାରୀମାନେ ପହଞ୍ଚିବା ମାତ୍ରେ ଗାଁ ଲୋକମିଶି ହାତୀ ଦ୍ବୟକୁ ଜଙ୍ଗଲକୁ ଘଉଡାଇଥିଲେ । ବୁଧବାର ସକାଳରୁ ବାଗଡିହି ବନବିଭାଗୀୟ ରେଞ୍ଜର ବ୍ରଜମୋହନ ପଟ୍ଟନାୟକ, ଫରେଷ୍ଟର ଆଶାରାଣୀ ବେହେରା, ଗିରିଶ ଦୋରା, ବିଶ୍ବନାଥ ପ୍ରଧାନ ସହ ବାଗଡିହି ଥାନାଅଧିକାରୀ ସରୋଜ ନାଏକ, ଏଏସଆଇ କହ୍ନୈଇ ଚରଣ ସେଠ ସହିତ ସଦଳବଳେ ଘଟଣାସ୍ଥଳକୁ ପହଞ୍ଚି ବୃଦ୍ଧା ମହିଳା କୁ ଉଦ୍ଧାର କରି ଶବବ୍ୟବଛେଦ ପାଇଁ ଝାରସୁଗୁଡ଼ା ଜିଲ୍ଳା ମୁଖ୍ୟଚିକିତ୍ସାଳୟକୁ ପଠାଇଥିବାର ସୂଚନା ମିଲିଛି ।
Sign in
Sign in
Recover your password.
A password will be e-mailed to you.