ରେଲୱେ ଧାରଣା ନିକଟରେ କ୍ଷତବିକ୍ଷତ ଚିତାବାଘର ମୃତଦେହ

0

ଝାରସୁଗୁଡ଼ା :(ସୁଭାଷ ସହାରେ)/ଝାରସୁଗୁଡ଼ା , ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ଫରେଷ୍ଟ ରେଞ୍ଜର ବଡ଼ ରାମପିଆ ଗ୍ରାମର ରେଲୱେ ଧାରଣା ନିକଟରେ ଏକ କ୍ଷତବିକ୍ଷତ ଚିତାବାଘର ମୃତଦେହ ମିଳିଛି। ଚିତାବାଘଟି ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଲୋକଙ୍କୁ ଆକ୍ରମଣ କରି ବଡ଼ ରାମପିଆ ଗ୍ରାମର ଚାରିଜଣ ଲୋକଙ୍କୁ ଆଘାତ କରିଥିଲା ବୋଲି ଖବର ମିଳିଛି। 

ଖବର ପାଇ ସୁନ୍ଦରଗଡ଼ ଡିଏଫଓ, ଅନ୍ୟାନ୍ୟ ଜଙ୍ଗଲ ବିଭାଗ ଅଧିକାରୀ ରେଳ ବିଭାଗୀୟ ଅଧିକାରୀମାନଙ୍କ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ସୂତ୍ରରୁ ପ୍ରକାଶ ଯେ ଗତକାଲି ସଂଧ୍ୟା ୬ଟାରେ ଏକ ଚିତାବାଘ ବଡ଼ରାମପିଆ ଗ୍ରାମରେ ପଶିଆସି ଲୋକଙ୍କ ଉପରେ ଆକ୍ରମଣ କରିଥିଲା ଏବଂ ଚାରିଜଣଙ୍କୁ ଆଘାତ କରିଥିଲା।

Leave A Reply

Your email address will not be published.