୫୭୬ ବଣ୍ଡଲ କେନ୍ଦୁପତ୍ର ଜବତ: ହାଇଓ୍ୱା ସହ ୨ ଗିରଫ

0

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ  ଅଞ୍ଚଳରୁ ଚୋରା ବେପାରୀମାନେ କେନ୍ଦୁପତ୍ର ଚାଲାଣ କରୁଥିବା ସମୟରେ ବନବିଭାଗ ହାତରେ ଧରା ପଡିଛନ୍ତି। ପ୍ରକାଶ ଯେ, ରେଢାଖୋଲ ବନଖଣ୍ଡ ଗୋଗୁଆ ପଞ୍ଚାୟତର ଲାଇଜା ପାଖରେ ଆଜି ଭୋରରୁ ଏକ ହାଇଓ୍ୱା ଗାଡିରେ କେନ୍ଦୁପତ୍ର ଚୋରା ଚାଲାଣ ହେଉଥିବା ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଚଢାଉ କରିଥିଲା। ବନ କର୍ମଚାରୀମାନଙ୍କୁ ଦେଖି ଚୋରା ବେପାରୀମାନେ ଫେରାର ହୋଇଯିବାକୁ ସକ୍ଷମ ହୋଇ ପାରି ନ ଥିଲେ। ଗାଡିରୁ ୫୭୬ ବଣ୍ଡଲ କେନ୍ଦୁପତ୍ର ଜବତ କରାଯାଇଥିବା ବନବିଭାଗ ପ୍ରକାଶ କରିଛି। ଗିରଫ ହୋଇଥିବା ଚୋରାବେପାରୀ ମୋହନ ପ୍ରଧାନ ତାଙ୍କ ଗ୍ରାମ ବଡକଷିବାହାଳ ଓ ସୁରେଶ୍ ଜେନା ତାଙ୍କ ଗ୍ରାମ ବୈଷ୍ନବଝୋଲୀଙ୍କୁ ଗିରଫ୍ କରିଛି ବନ ବିଭାଗ। ସେମାନଙ୍କୁ ଆଜି  କୋର୍ଟ ଚାଲାଣ କରାଯିବ ବୋଲି  ଜଣାପଡିଛି।

Leave A Reply

Your email address will not be published.