ରାଜ୍ୟରେ କରୋନା ଟପିଲା ୧୬୦୦୦ /୪

0

ରାଜ୍ୟରେ ୭୧୮ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରେ ଆଜି ଦେଢ଼ଶହ 

ଭୁବନେଶ୍ୱର (ଶାସକ ପ୍ରଶାସକ) : କରୋନା ଆଜି ରାଜ୍ୟରେ  ଟପିଲା ୧୬୦୦୦  |  ରାଜ୍ୟରେ ଆଜି ଚିହ୍ନଟ ହେଲେ ୭୧୮ ଆକ୍ରାନ୍ତ | ସେମାନଙ୍କ ମଧ୍ୟରୁ ୪୭୯  ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି ୨୩୯  ଜଣ | ଫଳରେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୧୬୧୧୦ ରେ ପହଁଚିଲା | ସକ୍ରିୟଙ୍କ ସଂଖ୍ୟା ୫୧୨୪ ଥିବା ବେଳେ ସୁସ୍ଥ ହେଲେଣି ୧୦୮୭୭ ଜଣ | ଗତ ୨୪ ଘଣ୍ଟା ଭିତରେ  କରୋନା ଯୋଗୁ ୪ଜଣଙ୍କ ଜୀବନ ଯାଇଛି  । ମୃତକଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମରୁ ଜଣେ ୫୭ ବର୍ଷୀୟ ଓ ଆଉ ଜଣେ  ୬୦ ବର୍ଷୀୟ ବ୍ୟକ୍ତିଙ୍କ ସହ ଗଜପତିରୁ ଜଣେ ବ୍ୟକ୍ତି(୫୬ ବର୍ଷ)  ଏବଂ ଅନୁଗୁଳରୁ ଜଣେ ବ୍ୟକ୍ତି( ୬୬ ବର୍ଷ) । ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୮୩ କୁ ବୃଦ୍ଧି ପାଇଛି । 

ଆଜି ଚିହ୍ନଟଙ୍କ ମଧ୍ୟରେ ଗଂଜାମରୁ  ସର୍ବାଧିକ ୨୩୧ ଜଣ ଥିବା ବେଳେ ପୂର୍ବର ସବୁ ରେକର୍ଡ ଭାବିଛି ଖୋର୍ଦ୍ଧା ଜିଲ୍ଲା ୧୫୦ ଆକ୍ରାନ୍ତଙ୍କ ସହ |  ଅନୁଗୁଳ ଓ ବାଲେଶ୍ୱର ୯, ବରଗଡ  ୪,  ଭଦ୍ରକ ୧୦, କଟକ ୩୨, ଢେଙ୍କାନାଳ ୬, ଗଜପତି ୨୧,  ଗଂଜାମ  ୨୩୧,ଜଗତସିଂହପୁର  ୧୬, ଝାରସୁଗୁଡା ୨୪, କନ୍ଧମାଳ ୭,  କେନ୍ଦ୍ରାପଡା  ୪, କେନ୍ଦୁଝର ୨୮,  ଖୋର୍ଦ୍ଧା ୧୫୦,କୋରାପୁଟ  ୨୭, ମାଲକାନଗିରି  ୫୪,  ମୟୁରଭଞ୍ଜ  ୨୨, ନବରଙ୍ଗପୁର  ୧, ନୟାଗଡ ୧୩,  ପୁରୀ  ୯, ରାୟଗଡା ୧୯, ସମ୍ବଲପୁର ୭, ସୋନେପୁର ୫, ସୁନ୍ଦରଗଡ ୧୦ ଜଣ ଅନ୍ତର୍ଭୁକ୍ତ | 

Leave A Reply

Your email address will not be published.