ବିଧାୟକ ରୋହିତଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ପାଦ ସହ କଳା, ସଂସ୍କୃତି ଓ ମାନବ ସଂବଳ ଦାୟିତ୍ୱ

0

ରେଢାଖୋଲ ଅଞ୍ଚଳରେ ଖୁସିର ଲହରି , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଞ୍ଚଳବାସୀଙ୍କ କୃତଜ୍ଞତା 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ବିଧାୟକ ତଥା ରାଜ୍ୟ ସରକାରଙ୍କ ଉପମୁଖ୍ୟ ସଚେତକ ଇଂ ରୋହିତ ପୂଜାରୀଙ୍କୁ ରାଜ୍ୟ ସରକାର କଳା ,ସଂସ୍କୃତି ଓ ମାନବ ସଂବଳ ବିଭାଗ ଦାୟିତ୍ୱ ପ୍ରଦାନ କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଞ୍ଚଳବାସୀ କୃତଜ୍ଞତା  ଜଣାଇଛନ୍ତି। ରେଢାଖୋଲ ବିଧାୟକ ଏହି ଦାୟିତ୍ୱ ପାଇଁ ମନୋନୀତ ହୋଇଥିବାରୁ ରେଢାଖୋଲ ଅଞ୍ଚଳରେ ଖୁସିର ଲହରି ଖେଳି ଯାଇଛି। ଏହି ପଦବୀ ପାଇବା ପରେ ନାକଟିଦେଉଳ ଅଧ୍ୟକ୍ଷା ମନ୍ଦାକିନୀ ରାଉଳ ଓ ବିଜେଡି ବ୍ଲକ୍ ସଭାପତି ମୂଳିଆ ରାଉଳ , ଜାମୁଜୋରୀ ସମିତି ସଭ୍ୟ ସାଗର ସାହୁ ଇଂ ରୋହିତ ପୂଜାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। କଳା , ସଂସ୍କୃତି ଓ ମାନବ ସଂମ୍ବଳ ଭଳି ଏକ ବିଭାଗକୁ ଇଂ ରୋହିତ ପୂଜାରୀ ସୂଚାରୁ ରୂପେ ପରିଚାଳନା କରିବେ ବୋଲି ଅଞ୍ଚଳବାସୀ ଆଶା କରିଛନ୍ତି। ଜଣେ ଦକ୍ଷ ଯୁବ ନେତା ଭାବରେ ରେଢାଖୋଲ ବିଧାନସଭା ମଣ୍ଡଳୀରୁ ଦୁଇ ଥର ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି ଇଂ ରୋହିତ ପୂଜାରୀ। ଦୁଇ ଥର ମଧ୍ୟ ରାଜ୍ୟ ସରକାରଙ୍କ ଉପମୁଖ୍ୟ ସଚେତକ ଭାବରେ ମନୋନୀତ ହୋଇଛନ୍ତି।

Leave A Reply

Your email address will not be published.