ଓଡ଼ଗାଁ ଏନଏସିରେ ଦ୍ଵିତୀୟ ସଂକ୍ରମିତ ଚିହ୍ନଟ

0

ଓଡ଼ଗାଁରେ କରୋନା ସଂକ୍ରମିତ ଚିହ୍ନଟ ପରେ ଏନଏସିର କାର୍ଯ୍ୟ ତତ୍ପରତା  ବୃଦ୍ଧି

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ଅଂଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଓଡ଼ଗାଁ ଏନଏସିରେ ଆଜି ଜଣେ କରୋନା ଯୋଦ୍ଧା ଦ୍ୱିତୀୟ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି । ଏହାକୁ ନେଇ ଓଡ଼ଗାଁ ଏନଏସି କାର୍ଯ୍ୟାଳୟର କାର୍ଯ୍ୟତପ୍ପରତା ବୃଦ୍ଧି ପରିଲକ୍ଷିତ ହୋଇଛି । ଆଜି ଅଗ୍ନିଶମ ବାହିନୀ ସହାୟାତରେ ପ୍ରଥମ ସଂକ୍ରମିତଙ୍କ ଗୃହ ସହିତ ନିକଟରେ ଥିବା ଲକ୍ଷ୍ମୀବଜାର ଓ ବ୍ଲକ ଛକକୁ କ୍ଲୋରିନେସନ କରାଯାଇଛି । ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ନିର୍ଦ୍ଦେଶରେରେ ସ୍ୱାସ୍ଥ୍ୟ ବିଭାଗର ଟିମ ସହାୟତାରେ ହେଲ୍ଥ ସ୍କ୍ରିନିଙ୍ଗ କରିବା ସହିତ ହୋମ୍ କ୍ୱାରାନଟାଇନରେ ରହିବା ପାଇଁ ଡାକ୍ତର ରାକେଶ କୁମାର ସାହୁ ପରିବାର ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ସେହିପରି କୁରାଳ ଅଂଚଳରେ ସଂକ୍ରମିତ ଚିହ୍ନଟ ହୋଇଥିବା ଗୋଲା ସାହି, ଏଟିଏମ, ମନ୍ଦିର, ଡାକ୍ତରଖାନା, ପଂଚାୟତ, ଫାଣ୍ଡି, ବେଙ୍ଗେଇସାହି ଏବଂ ଦୋଳମଣ୍ଡପ ଛକ ଆଦିକୁ ବିଶୋଧିତ  କରାଯାଇଛି । ସୂଚନା ଥାଉକି ଆଜି ଦିତୀୟ ସଂକ୍ରମିତଙ୍କ ଖବର ମିଳିବା ପରେ ଅଯଥା  କିମ୍ବା ସାଧାରଣ କଥାରେ ଥାନାକୁ ଆସି ଗହଳି ନକରିବା ସହିତ ଜରୁରୀ ପଡିଲେ ଫୋନକରି ଜଣାଇଲେ ଆମେମାନେ ସହେଯାଗ କରିବୁ ବୋଲି ଓଡ଼ଗାଁ ଆଦର୍ଶ ଥାନା ଆଇଆଇସି ପ୍ରଜ୍ଞା ପରମିତା ଜେନା କହିଛନ୍ତି ।   

Leave A Reply

Your email address will not be published.