ବୁଗୁଡା(ଡଃ କୁମୁଦ ଚନ୍ଦ୍ର ବେହେରା)- ଗଂଜାମ ଜିଲ୍ଲା ବୁଗୁଡା ସ୍ଥିତ ଶକ୍ତି ନଗରରେ ଥିବା ବିଜୟ ସାହୁଙ୍କ ଆପାର୍ଟମେଣ୍ଟ ରେ ଭଡ଼ାକୁ ରହୁଥିବା Axis Bank ର କର୍ମଚାରୀ ସାଶ୍ୱତ କୁମାର ଦାସ ନିଜ ସିଲିଙ୍ଗ୍ ପଙ୍ଖା ରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ ବୁଗୁଡ଼ା ଅଞ୍ଚଳରେ ଚାଞ୍ଚଲ୍ଯ ଦେଖାଦେଇଛି । ସାଶ୍ବତ କୁମାର ଦାସ ବୁଗୁଡା Axis Bank ରେ କାର୍ଯ୍ୟ କରୁଥିବା ବେଳେ ୭ ମାସ ହେଲା ଶକ୍ତି ନଗର ସ୍ଥିତ ଏହି ଆପାର୍ଟମେଂଟରେ ଭଡ଼ା ରେ ଏକା ରହୁଥିଲେ । ହେଲେ ସିଲିଙ୍ଗ୍ ଫ୍ୟାନ୍ ରେ ରଶି ଲଗାଇ କାହିଁକି ଆତ୍ମହତ୍ୟା କଲେ ତାହା ବର୍ତ୍ତମାନ ପାଇଁ ଅସ୍ପଷ୍ଟ ଥିବା ବେଳେ ବୁଗୁଡା ପୋଲିସ ଓ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି କବାଟର ଲକ୍ ଭାଙ୍ଗି ମୃତଶବ କୁ ଜବତ କରି ଅଧିକ ତଦନ୍ତ କରୁଥିବା ଜଣାପଡିଛି ।
Sign in
Sign in
Recover your password.
A password will be e-mailed to you.
Next Post