ବୁଗୁଡା(ଡଃ କୁମୁଦ ଚନ୍ଦ୍ର ବେହେରା)- କୋଭିଡ-୧୯ କାର୍ଯ୍ୟରେ ନିୟୋଜିତ ଥାଇ ମୃତ୍ୟୁ ବରଣ କରିଥିବା ଗଞ୍ଜାମ ଜିଲ୍ଲାର ଜଣେ ଅଙ୍ଗନବାଡି କର୍ମୀ, ଦୁଇ ଜଣ ଶିକ୍ଷକ ଓ ଜଣେ କନିଷ୍ଠ ଯନ୍ତ୍ରୀ ଙ୍କୁ ଗତ କାଲି ଗଞ୍ଜାମ ଜିଲ୍ଳାପାଳ ବିଜୟା ଅମୃତ କୁଲାଙ୍ଗେ ଚାରିଗୋଟି ବାର୍ତ୍ତା ମାଧ୍ୟମରେ ମୃତ୍ୟୁ ବରଣ ପାଇଁ ଦୁଃଖ ପ୍ରକାଶ କରି ସମବେଦନା ଜଣାଇବା ସହ କରୋନା ଯୋଦ୍ଧାର ମାନ୍ୟତା ପ୍ରଦାନ କରିଛନ୍ତି। ମୃତ୍ୟୁ ବରଣ ପରେ କରୋନା ଯୋଦ୍ଧା ମାନ୍ୟତା ପାଇଥିବା କର୍ମଚାରୀ ମାନେ ହେଲେ ବୁଗୁଡା ବ୍ଲକ ଖୋଳଖାଳି ଗ୍ରାମର ଅଙ୍ଗନବାଡି କର୍ମୀ ଭାରତୀ ସ୍ଵାଇଁ, ଆସିକା ବ୍ଲକ କେ.ରାଇସିଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସିଦ୍ଧାର୍ଥ ଶଙ୍କର ପାଢ଼ୀ, କବିସୂର୍ଯ୍ୟନଗର ବ୍ଲକ ଏସ.ପଙ୍କାଳବାଡ଼ି ପ୍ରାଥମିକ ବିଦ୍ୟାଳୟର କନିଷ୍ଠ ଶିକ୍ଷକ ସୀମାଞ୍ଚଳ ଶତପଥି, ଓ ଧରାକୋଟ ବ୍ଲକ କନିଷ୍ଠ ଯନ୍ତ୍ରୀ ପି. ସୁରେଶ କୁମାର । ଏଥିସହ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ବୁଗୁଡା ବ୍ଲକର ଖୋଳଖାଳି ଯାଇ ମୃତ୍ୟୁ ଅଙ୍ଗନବାଡି କର୍ମୀଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ଶ୍ରୀ ମିଞ୍ଜଙ୍କ ସହ ଉପଖଣ୍ଡ ପଞ୍ଚାୟତ ଅଧିକାରୀ ପ୍ରହଲ୍ଲାଦ ପ୍ରଧାନ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ,ଓ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ପ୍ରମୁଖ ଖୋଳଖାଳି ଯାଇଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post