ସମ୍ବଲପୁର କରମଟୁଲିରରେ  ଗୋଷ୍ଠୀ ସଂଘର୍ଷ : ୧ ମୃତ ୧ ଗୁରୁତର

0

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ) :   ସମ୍ବଲପୁର ସହର ଅଇଁଠାପାଲି ଥାନା କରମଟୁଲିର ଅଞ୍ଚଳରେ ରବିବାର ବିନମ୍ର ରାତ୍ରିରେ ପୂର୍ବ ଶତୃତାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି ।ନିଶା କାରବାରକୁ ନେଇ ପ୍ରଥମେ ବଚସା ଓ ପରେ ଏହା ତୀବ୍ର ସଂଘର୍ଷ ରୂପ ଧାରଣ କରିଥିଲା ।ଏହାପରେ ଏକ ଗୋଷ୍ଠୀର ଆକ୍ରମଣରେ କରମଟୁଲି ଗ୍ରାମର ସୋନୁ ଖଡିଆ (୨୪)ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା।ଏଥିରେ ସେହି ଗ୍ରାମର ଉମେଶ ମୁଣ୍ଡା (୨୨)ଗୁରୁତର ଆହତ ହୋଇ ବୁର୍ଲା ଭିମସାର ଡାକ୍ତରଖାନାରେ ଚିକିତ୍ସା ଧିନ ଅଛନ୍ତି ।ଅଇଁଠାପାଲି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୋନୁ ଖଡିଆର ମୃତ ଶରୀରକୁ ଜବତ କରି ବ୍ୟବଚ୍ଛେଦ  ପାଇଁ ପଠାଇଛନ୍ତି ।ଉମେଶ ମୁଣ୍ଡାର ବୟାନ ଆଧାରେ ପୋଲିସ ଦୁଇ ଜଣଙ୍କୁ ଥାନା ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି ।

 

 

Leave A Reply

Your email address will not be published.