ଓଡ଼ଗାଁ ଭାଲୁମୁଣ୍ଡିଆ ପାହାଡରେ ବନମହୋତ୍ସବ ପାଳିତ

0

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ୭୧ତମ ବନମହୋତ୍ସବ ସପ୍ତାହ ଉପଲକ୍ଷେ ଓଡ଼ଗାଁ ଭାଲୁମୁଣ୍ଡିଆ ପାହାଡ଼ର ତଳି ଅଂଚଳରେ ଓଡ଼ଗାଁ ବନାଞ୍ଚଳ ଅଧିକାରୀ ରବିନ୍ଦ୍ର ନାଥ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ  ଆଜି ପୂର୍ବାହ୍ନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ଏସିଏଫ ଅରବିନ୍ଦ ମହାନ୍ତି, ନୟାଗଡ଼ ଜିଲ୍ଲାକେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଲୋକନାଥ ସାହୁ, ଜିଲ୍ଲା ପରିଷଦ ସଭ୍ୟ ବିଭୁପ୍ରସାଦ ସାହୁ, ଗିରିଡିପଲ୍ଲୀ ସମିତି ସଭ୍ୟ ବିଜନ ପାଇକରାୟ, ସହକାରୀ ଯନ୍ତ୍ରୀ  ଶରତ କୁମାର ମଲ୍ଲିକ, ଓଡ଼ଗାଁ ଜଙ୍ଗଲ ମହାସଂଘର ସଭାପତି ବସନ୍ତ କୁମାର ମହାନ୍ତି, ଶିକ୍ଷକ ତଥା ପ୍ରକୃତିବନ୍ଧୁ ରଞ୍ଜନ କୁମାର ଦାଶ, ଫରେଷ୍ଟର ଜ୍ୟୋତିରଞ୍ଜନ ମାନସିଂହ, ଫରେଷ୍ଟ ଗାର୍ଡ ମାନସ ରଞ୍ଜନ ମେହେର ଏବଂ ଓଡ଼ଗାଁ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କରୋନା ଦୃଷ୍ଟିରୁ ସାମାଜିକ ଦୂରତ୍ବ ବଜାୟ ରଖି ମହାଲିମ୍ବ, ପଣସ, ଆମ୍ବ, ଶିଶୁ, ଲିମ୍ବ ଏବଂ ଅଁଳା ଇତ୍ୟାଦି ମୋଟ ବୃକ୍ଷ ରୋପଣ କରାଯାଇଛି। ଗ୍ରାମାଞ୍ଚଳ ଏବଂ ବିଦ୍ୟାଳୟ ସ୍ତରରେ ସଚେତନତା ସୃଷ୍ଟି କରି ବୃକ୍ଷ ରୋପଣ କରିବା ସହିତ ଗଛର ଯତ୍ନ ନେବା ପାଇଁ  ସଭିଏଁ ଶପଥପାଠ କରିଥିଲେ।

Leave A Reply

Your email address will not be published.