ରାଧାରାଣୀ ଅସୁସ୍ଥ :ଡାକ୍ତରଖାନାରେ ହେଲେ ଭର୍ତ୍ତି। 

0

ବ୍ରଜରାଜନଗର /ଝାରସୁଗୁଡ଼ା :(ସୁଭାଷ ସହାରେ) ବରିଷ୍ଠ ବିଜେପି ନେତ୍ରୀ ତଥା ବ୍ରଜରାଜନଗରର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। 

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୫୯ ବର୍ଷ ବୟସ୍କା ରାଧାରାଣୀ ପଣ୍ଡା ହଠାତ ଅସ୍ବସ୍ତି ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ବରଗଡ଼ର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା ମଧୁମେହ ଓ ଶ୍ବାସଜନିତ ସମସ୍ୟାରୁ ପୂର୍ବରୁ ପୀଡ଼ିତ ଥିବା ସୁଶ୍ରୀ ପଣ୍ଡା ଶନିବାର ଦିନ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି କରାଯାଇଛି। 

ପରିବାରର ସଦସ୍ୟଙ୍କ ଅନୁଯାୟୀ ତାଙ୍କର ସ୍ବାସ୍ଥ୍ୟ ବର୍ତ୍ତମାନ ସ୍ଥିର ଅଛି।

Leave A Reply

Your email address will not be published.