ଏଲ ଏନ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ପରଲୋକ।

0

ଝାରସୁଗୁଡ଼ା଼ (ସୁଭାଷ ସହାରେ) – ବିଶିଷ୍ଟ  ଇଂରାଜୀ ପ୍ରାଧ୍ୟାପକ, ଲକ୍ଷ୍ମୀନାରାୟ କଲେଜ ଝାରସୁଗୁଡ଼ାର ପୂର୍ବତନ ଅଧ୍ୟକ୍ଷ ବିଜୟ ବାହାଦୂର ସିଂ ଓରଫ୍ ବଚ୍ଚନ ଙ୍କ ଆଜି ସନ୍ଧ୍ୟାରେ ସ୍ଥିତ ତାଙ୍କ ହୃଦଘାତରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହେଉଥିଲା । ସେ ଜଣେ ଜଣାଶୁଣା ଫୁଟବଲ ଖେଳାଳୀ ଭାବରେ ମଧ୍ୟ ପରିଚିତ ଥିଲେ। ଶ୍ରୀ ସିଂ ଅସୁସ୍ଥ ହୋଇ ପଡ଼ିବାରୁ ବରଗଡ଼ର ଏକ ଘରୋଇ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି। 

ଲକ୍ଷ୍ମୀନାରାୟଣ କଲେଜ ଝାରସୁଗୁଡ଼ାରେ ଦାୟୀତ୍ୱ ଗ୍ରହଣ କରିବା ପୂର୍ବରୁ ସେ ହୀରାକୁଦ ଓ ରାଜଗାଙ୍ଗପୁରର ଡାଲମିୟା କଲେଜରେ ପ୍ରାଧ୍ୟାପକ ଭାବରେ କାର୍ଯ୍ୟ କରି ବେଶ୍ ଆଦୃତ ହୋଇଥିଲେ। ୨୦୧୭ ମସିହାରେ ଅବସର ଗ୍ରହଣ କରିବା ପରେ ସେ ସମ୍ବଲପୁରର ଗୋପାଲମାଲଠାରେ ରହୁଥିଲେ। ଜଣେ ଛାତ୍ରବତ୍ସଳ, ଦକ୍ଷ ପ୍ରଶାସକ,ଫୁଟବଲ ଖେଳାଳି ତଥା ସମାଜସେବୀ ଭାବରେ ସେ ବେଶ ନାମ କରିଥିଲେ।ରେଡକ୍ରସ ସହିତ ଯୋଡ଼ି ହୋଇ ବିଭିନ୍ନ ସମାଜସେବାର ନିଜକୁ ନିୟୋଜିତ କରିଥିବା ଅଧ୍ୟାପକ ଶ୍ରୀ ସିଂଙ୍କ ବିୟୋଗ ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି।

Leave A Reply

Your email address will not be published.