ଝାରସୁଗୁଡ଼ା ଡିଏଭିର ତ୍ରିଦିବସୀୟ ଶିଶୁ ମହୋତ୍ସବ ଉଦଯାପିତ

1

ଝାରସୁଗୁଡ଼ା, ୧୫/୧୧/୨୦୨୬: ଝାରସୁଗୁଡ଼ା ଡିଏଭିର ତ୍ରିଦିବସୀୟ ଶିଶୁ ମହୋତ୍ସବ ‘ଚିଲଡ୍ରେନ ଫେଷ୍ଟ’ ବିଧିବଦ୍ଧ ଭାବରେ ଉଦଯାପିତ ହୋଇଯାଇଛି । ଉଦଯାପନୀ ସକାଳ ସଭାରେ ଝାରସୁଗୁଡ଼ା ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରୁ ଅବସରପ୍ରାପ୍ତ ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ସତୀଶ ପଟେଲ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଉପଜିଲ୍ଲାପାଳ ଶ୍ରୀ ପଣ୍ଡା ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧନ କରି ବଡ଼ ସ୍ବପ୍ନ ଦେଖିବା ଓ ଚରିତ୍ର ଗଠନ ପାଇଁ ଭାବବ୍ୟକ୍ତ କରିଥିଲେ । ସୂଚନାଯୋଗ୍ୟ, ଦ୍ୱିତୀୟ ଦିବସରେ ମହାକାଶ ବିଜ୍ଞାନୀ ଶିବେଶ କୁମାର ଜାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଲିଖନ ଅଭ୍ୟାସରେ ଲିପ୍ତ ରହିବା, ଗବେଷଣା ମନୋବୃତ୍ତି ରଖିବା, ପ୍ରତିଦ୍ୱନ୍ଦିତାମୂଳକ ପରୀକ୍ଷାରେ ନିଶ୍ଚୟ ଅଂଶ ଗ୍ରହଣ କରିବାକୁ ଆହ୍ୱାନ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତା ସଭାପତିତ୍ୱରେ ଆୟୋଜିତ ଉଦଯାପନୀ ସମାରୋହରେ ସ୍ଥାପନା ସଭ୍ୟ ବାଲଗୋବିନ୍ଦ ମିଶ୍ର, ଡ. ଦେବଶ୍ଲୋକ ଶର୍ମା, ଅବସରପ୍ରାପ୍ତ ଅଧ୍ୟକ୍ଷ ଟହଲୁ ସାହୁ, ଅବସରପ୍ରାପ୍ତ ଅଧ୍ୟକ୍ଷ ନରେନ୍ଦ୍ର ପଣ୍ଡା, ଅବସରପ୍ରାପ୍ତ ଅଧ୍ୟକ୍ଷ ଚିନ୍ମୟ ମହାପାତ୍ର, ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଦୀପ କୁମାର ହୋତା, ଇବ ଭ୍ୟାଲି ଡିଏଭି ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ, ବନ୍ଧବାହାଲ ଡିଏଭି ଅଧ୍ୟକ୍ଷ ଶୁଭ୍ରଦୀପ୍ତ ଜେନା, ବୁର୍ଲା ଡିଏଭି ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ବେଦବାକ, ଅଧ୍ୟାପିକା ମନ୍ଦାକିନୀ ଶତପଥୀ, ଅବସରପ୍ରାପ୍ତ ଅଧ୍ୟକ୍ଷ ସରୋଜ କୁଅଁର, ଡି.ପି.ଏସ ଅଧ୍ୟକ୍ଷା ସୁଜାତା ଲେଙ୍କା, ଶୁଭେଚ୍ଛୁ ସୀମା ଦେବତା, ବରିଷ୍ଠ ନାଗରିକ ରମେଶ ରମେଶ ଗାନ୍ଧୀ, ଶୁଭେଚ୍ଛୁ ସୁବ୍ରତ ତ୍ରିପାଠୀ, ଡ. ଅଖିଳ ସିଂ ଓ ନରସିଂହ ପାଣିଗ୍ରାହୀ ପ୍ରମୁଖ ଅତିଥି ଯୋଗଦାନପୂର୍ବକ ତ୍ରିଦିବସୀୟ ଶିଶୁ ମହୋତ୍ସବର ଗାରିମା ବୃଦ୍ଧି କରିବା ସହ ସମସ୍ତଙ୍କୁ ଉତ୍ସାହିତ କରିଥିଲେ ଓ ପ୍ରତ୍ୟେକ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ ।

ବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତା ଅତିଥିବର୍ଗଙ୍କ ସ୍ୱାଗତ ଓ ପରିଚୟ କରାଇଥିଲେ । ପୁସ୍ତକ ମେଳା, ସାହିତ୍ୟ ସମ୍ମିଳନୀ, ଖାଦ୍ୟ ମେଳା, ଜେଜେବାପା ଜେଜେମା ସମ୍ମିଳନୀ, ଭାଷା ଓ ଜ୍ଞାନ ବିଜ୍ଞାନ ପ୍ରଦର୍ଶନୀ, ସେମିନାର, ଆର୍ଟ ଆଣ୍ଡ କ୍ରାଫ୍ଟ, କୁଇଜ୍, ଦଳଗତ ନୃତ୍ୟ ପ୍ରଦର୍ଶନ, ମହାପୁରୁଷଙ୍କ ଅଭିନୟ, ନଡ଼ିଆ ଚିତ୍ରୀକରଣ, ମାଠିଆ ଚିତ୍ରକଳା, ଫଟୋଗ୍ରାଫି, ଇଂରାଜୀ ତର୍କ ଓ କୁଇଜ ଆଦି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଦଳଗତ ନୃତ୍ୟ ପ୍ରଦର୍ଶନ ଲାଗି ଭବଭୂତି ହାଉସକୁ ପୁରସ୍କୃତ କରାଯିବା ସହିତ ଶ୍ରୁତି ସଂଲଗ୍ନା ପାଣିଙ୍କୁ ବେଷ୍ଟ ସିଙ୍ଗର ଓ ଗୁରମିତ ସାକୁନିଆଙ୍କୁ ବେଷ୍ଟ ଡ୍ୟାନସର ଅୱାର୍ଡ଼ ପ୍ରଦାନ କରାଯାଇଥିଲା । ଅଲେଖ ବିହାରୀ ସାହୁ, ଅଞ୍ଜଳି ବାଲ ସୁବ୍ରମନ୍ୟନ, ମନିଷା ଚାନ୍ଦ, ନିଳୀମା ପଟେଲ, ଅକ୍ଷୟ ପାଣି, ବିଜୟ ଦାଶ, ସୁକନ୍ୟା ମହାପାତ୍ର କାର୍ଯ୍ୟକ୍ରମ, ଦେବାଶିଷ ଶ୍ୟାମଲ, ସଙ୍ଗୀତା ସିହ୍ନା, ପବିତ୍ର ମୋହନ କବି ପ୍ରମୁଖ କାର୍ଯ୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.