ବଡ଼ବିଲ ସବଜେଲରେ ମହିଳା କଏଦୀଙ୍କ ଆତ୍ମହତ୍ୟା

0 1

ବଡ଼ବିଲ (ଶାସକ ପ୍ରଶାସକ) ବଡ଼ବିଲ ଉପକାରାଗାରରେ ଜଣେ ବିଚାରାଧୀନ ମହିଳା କଏଦୀ ଆଜି  ପ୍ରାୟ ୧୦ଟା ସମୟରେ ଗଛରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତ ମହିଳା ଜଣକ ହେଲେ ସବିତା ମୁଣ୍ଡା।   ସବିତା ଏକ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ହୋଇ ଗତ ମେ ମାସ ୧୬ ତାରିଖରୁ ଜେଲରେ ଥିଲେ।  ଗତ କିଛିଦିନ ଧରି ସବିତା ମାନସିକ ଦୁଶ୍ଚିନ୍ତା ମଧ୍ୟରେ ଗତି କରୁଥିବା ଜେଲର କର୍ମଚାରୀ ମାନେ କହୁଥିବା ବେଳେ ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। ଖବର ପାଇ ବଡ଼ବିଲ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଜେଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

Leave A Reply

Your email address will not be published.