ଗୋଟିଏ ଦିନରେ ୨ଟି ଚୋରୀ

0 2

ଓଡ଼ଗାଁ, କୁରାଳ,(ଶ୍ରୀକାନ୍ତ ମିଶ୍ର) : ଗତକାଲି ସୋମବାର ସକାଳ ୯ଟା ବେଳେ ଓଡ଼ଗାଁ ସିନେମାହଲ ଛକରୁ ଗୋଟିଏ ପାଣିପମ୍ପ ଏବଂ ବିଳମ୍ବିତ ରାତିରେ କୁରାଳ ଠାକୁରାଣୀ ସାହିର ବସନ୍ତ କୁମାର ସାହୁଙ୍କ ଘରୁ ସୁନା ରୁପା ଅଳଙ୍କାର ସହିତ ନଗଦ ଟଙ୍କା ଚୋରୀହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଓଡ଼ଗାଁ ସିନେମାହଲ ଛକରେ ଆଦିତ୍ୟ ସାହୁ ତାଙ୍କର ଇଲେକ୍ଟ୍ରି ଆଣ୍ଡ ସାନିଟାରୀ ଦୋକାନ ଖୋଲି ବିକା କିଣାରେ ବସିଥିବା ବେଳେ ହଠାତ୍ ଜଣେ ଦୁର୍ବୁତ ଦୋକାନ ସାମ୍ନା ରାକରେ  ଥିବା ପାଣିପମ୍ପକୁ ନେଇ ବାହାରେ ଅପେକ୍ଷାକରି ରହିଥିବା ୨ଜଣଙ୍କ ସହିତ ବାଇକରେ  ବସି ଘଟଣା ସ୍ଥଳରୁ ଦୃତଗତିରେ ଚାଲିଯାଇଥିବା ଘଟଣା ସିସିଟିଭିରୁ ଜଣା ପଡିବା ପରେ ଏନେଇ ଥାନାରେ ଅଭିଯୋଗ ହୋଇଛି । ସେହିଦିନ ବିଳମ୍ବିତ ରାତିରେ କୁରାଳ ବସନ୍ତ ସାହୁଙ୍କ ଘର ପଛପାଖ ଗ୍ରୀଲ ତାଡି ଚୋର ପସି ସୁନା, ରୁପା ଅଳଙ୍କାର, ୨ଟି ମୋବାଇଲ ସହିତ ନଗଦ ୨ହଜାର ୫ଶହ ଟଙ୍କା ଏବଂ ଅନ୍ୟାନ୍ୟ ଆସବାବ ପତ୍ର ମିସି ଲକ୍ଷାଧିକ ଟଙ୍କା ମୂଲ୍ୟର ଚୋରି ହୋଇଥିବା ଅଭିଯୋଗ ହୋଇଛି । 

Leave A Reply

Your email address will not be published.