ଆଜି ଚିହ୍ନଟ ୧୬୭ କୁ ସୁସ୍ଥ ୧୨୫, ଦି ଜଣଙ୍କ ଦେହାନ୍ତ 

0 2

ଭୁବନେଶ୍ୱର (ଶାସକ ପ୍ରଶାସକ ) : ଆଜି ରାଜ୍ୟରେ  ୧୬୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଦୁଇ ଜଣଙ୍କ ଜୀବନ ଯାଇଥିବା ବେଳେ ରାଜ୍ୟରେ ଆଜି  ଆଉ ୧୨୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନରେ ଆଜି ସର୍ବାଧିକ ସୁସ୍ଥ ହୋଇଥିବା ବେଳେ ରାଜ୍ୟରେ ମୋଟ ଆରୋଗ୍ୟ ଙ୍କ ସଂଖ୍ୟା ୩୯୮୮ କୁ ଛୁଇଁଛି । ଫଳରେ ଆଜି ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧,୪୫୮ ଥିବା ବେଳେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଂଚିଛି ୫୪୭୦ରେ | ମୃତ୍ୟୁ ସଂଖ୍ୟା ୧୭ରେ ପହଂଚିଛି |

ଆଜି କରୋନାରୁ ସୁସ୍ଥ ହୋଇଥିବା ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୩୩ ଜଣ ରହିଥିବା ବେଳେ ପୁରୀରୁ ୧୭ , କଟକରୁ ୧୪, ମୟୂରଭଞ୍ଜ ଜିଲ୍ଲାରୁ ୧୩, ଗଞ୍ଜାମରୁ ୧୦, କେଉଁଝର ଜିଲ୍ଲାରେ ୯ଜଣ, ଯାଜପୁର ୮, ନୂଆପଡ଼ା ୬ ଜଣ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ୪ଜଣ ଲେଖାଏଁ ରହିଛନ୍ତି ।

Leave A Reply

Your email address will not be published.